fbpx

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ଶୃଙ୍ଖଳା ପାଇଁ ଭାରତୀୟ ଦଳ ଘୋଷଣା, ରୋହିତ ଅଧିନାୟକ, ଅଶ୍ୱିନଙ୍କ ପ୍ରତ୍ୟାବର୍ତ୍ତନ

Advertisement

ମୁମ୍ବାଇ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ। ଚଳିତ ମାସ ଶେଷ ଭାଗକୁ ଏହି ଶୃଙ୍ଖଳା ଖେଳାଯିବ। ଏହି ଗସ୍ତରେ ରୋହିତ ଶର୍ମା ଭାରତୀୟ ଟିମ୍‌ର ଅଧିନାୟକ ଥିବା ବେଳେ ବିରାଟ କୋହଲିଙ୍କୁ ଦଳରେ ସ୍ଥାନ ମିଳିନାହିଁ। ତେବେ ଆଶ୍ଚର୍ଯ୍ୟଜନକ ଭାବରେ ଟି-୨୦ ଟିମ୍‌ରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି। ଶେଷ ଥର ତାଙ୍କୁ ଟି-୨୦ ବିଶ୍ୱକପ୍‌ରେ ଏକ ସୁଯୋଗ ମିଳିଥିଲା, କିନ୍ତୁ ଏହା ପରେ ସେ କେବଳ ଗୋଟିଏ ସିରିଜ୍ ଖେଳି ତା’ପରେ ଦଳରୁ ବାଦ୍ ପଡିଥିଲେ। ତେବେ ଭଲ କଥା ହେଉଛି କେ.ଏଲ୍ ରାହୁଲ ଏବଂ କୁଲଦୀପ ଯାଦବ ମଧ୍ୟ ଦଳକୁ ଫେରିଛନ୍ତି, କିନ୍ତୁ ଏହି ଦୁଇଜଣ ଫିଟନେସ୍ ଟେଷ୍ଟ ପାସ୍ କରିବା ପରେ ଦଳକୁ ଫେରିପାରିବେ।

ଏହି ଗସ୍ତ ପାଇଁ ବିରାଟ କୋହଲି ଦଳରେ ସ୍ଥାନ ପାଇନାହାଁନ୍ତି। ତାଙ୍କୁ ପୁର୍ବରୁ ଦିନିକିଆ ସିରିଜ ପାଇଁ ବିଶ୍ରାସ ଦିଆଯାଇଥିବା ବେଳେ ବିସିସିଆଇ ଟି -୨୦ ସିରିଜ ସମ୍ପର୍କରେ କୌଣସି ସୂଚନା ଦେଇନାହିଁ। ତେଣୁ ବର୍ତ୍ତମାନ ବିରାଟ ଟି -୨୦ ଦଳରୁ ବାଦ୍ ପଡିଛନ୍ତି ବୋଲି କହିବା ଭୁଲ ହେବ ନାହିଁ। ତେବେ ତାଙ୍କ ଆଘାତକୁ ଦେଖିଲେ କୁହାଯାଇପାରେ ଯେ ତାଙ୍କୁ ବିଶ୍ରାମ ଦିଆଯାଇଛି। ତାଙ୍କ ବ୍ୟତୀତ ଜସପ୍ରୀତ ବୁମ୍ରାଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି। ଭାରତକୁ ଅଗଷ୍ଟ ଶେଷରେ ଏସିଆ କପ୍ ଖେଳିବାକୁ ପଡୁଥିବାରୁ ବୁମ୍ରାଙ୍କ ଉପରୁ କାର୍ଯ୍ୟଭାର ହ୍ରାସ କରିବା ପାଇଁ ବିଶ୍ରାମ ଦିଆଯାଇଛି ।

ବିରାଟ ଏବଂ ବୁମ୍ରାଙ୍କ ବ୍ୟତୀତ ୟୁଜବେନ୍ଦ୍ର ଚହଲଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି, ଯିଏ ଏହି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜର ଅଂଶ ହେବ ନାହିଁ। କ୍ରମାଗତ ତିନିଟି ସିରିଜ୍ ରେ ସୁଯୋଗ ପାଇବା ପରେ ଉମ୍ରାନ୍ ମଲିକ୍ ଚତୁର୍ଥ ସିରିଜରେ ଡ୍ରପ୍ ହୋଇଛନ୍ତି। ଏହା ବ୍ୟତୀତ ରୁତୁରାଜ ଗାଇକୱାଡ ଏବଂ ସଞ୍ଜୁ ସାମସନଙ୍କୁ ମଧ୍ୟ ବାଦ୍ ଦିଆଯାଇଛି।

ରୋହିତ ଶର୍ମା (ଅଧିନାୟକ), ଇଶାନ କିଶନ, କେ.ଏଲ୍ ରାହୁଲ*, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ଶ୍ରେୟସ ଆୟର, ଦୀନେଶ କାର୍ତ୍ତିକ, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଆର ଅଶ୍ୱିନ, ରବି ବିଷ୍ଣୁ, କୁଲଦୀପ ଯାଦବ*, ଆବେଶ ଖାନ, ହର୍ଷଲ ପଟେଲ ଏବଂ ଅର୍ଶଦୀପ ସିଂ।

Get real time updates directly on you device, subscribe now.