fbpx

Olympics ପଦକ ଉପରେ ଟିମ ଇଣ୍ଡିଆର ନଜର: କେତୋଟି ଦଳ ସହ ଲାଗିବ ଫାଇଟ?

ନୂଆଦିଲ୍ଲୀ: ଦୀର୍ଘ ବର୍ଷ ପରେ ବର୍ତ୍ତମାନ ଅଲିମ୍ପିକ୍ସରେ ନିଜ ସ୍ଥାନ ଫେରି ପାଇବାକୁ ଯାଉଛି କ୍ରିକେଟ । ୨୦୨୮ ମସିହା ଅଲିମ୍ପିକ୍ସ ଲସ୍ ଆଞ୍ଜେଲସରେ ଖେଳାଯିବାକୁ ଥିବା ବେଳେ ଏଥିରେ କ୍ରିକେଟକୁ ସାମିଲ କରାଯାଇଛି । ମୁମ୍ବାଇରେ ଅନ୍ତର୍ଜାତୀୟ ଅଲିମ୍ପିକ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ନିକଟରେ ଏସିଆନ୍ ଗେମ୍ସରେ ସଫଳତା ହାସଲ କରିଥିବା ବେଳେ ଟିମ ଇଣ୍ଡିଆର ନଜର ଏବେ ଅଲିମ୍ପିକ୍ସ ପଦକ ଉପରେ ରହିବ । ଭାରତୀୟ ଦଳର ପ୍ରଦର୍ଶନ ଅନୁସାରେ ଏହା ଖୁବଶୀଘ୍ର ସମ୍ଭବ ହୋଇପାରିବ ବୋଲି ଅନୁମାନ କରାଯାଉଛି ।

ଆସନ୍ତା ଅଲିମ୍ପିକ୍ସରେ କ୍ରିକେଟ ଟି-୨୦ ଫର୍ମାଟରେ ଖେଳାଯିବ ବୋଲି ଜଣାଯାଇଛି । ତେବେ ଏଥିରେ ମୋଟ ୬ଟି କ୍ରିକେଟ ଟିମକୁ ସାମିଲ କରାଯାଇପାରେ । ତେବେ ଏ ନେଇ ଆଇସିସି ତରଫରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଏହାପୂର୍ବରୁ କେବଳ ୧୯୯୦ ମସିହାରେ କ୍ରିକେଟ ଅଲିମ୍ପିକ୍ସରେ ସ୍ଥାନ ପାଇଥିଲା । ଏହି ସିଜନରେ ମାତ୍ର ୨ଟି ଦଳ ଏଥିରେ ସାମିଲ ହୋଇଥିବା ବେଳେ ବ୍ରିଟେନ୍ ଫ୍ରାନ୍ସକୁ ମାତ୍ ଦେଇ ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଥିଲା । ସେହିପରି ୧୯୯୮ ମସିହାରେ ପ୍ରଥମ ଥର ପାଇଁ କମନୱେଲ୍ଥ ଗେମ୍ସର ଅଂଶ ପାଲଟିଥିଲା କ୍ରିକେଟ । ଏଥିରେ ପୁରୁଷ କାଟାଗୋରୀରେ ୫୦ ଓଭରର ମ୍ୟାଚ ଖେଳାଯାଇଥିଲା । ଏହି ସିଜନରେ ଦକ୍ଷିଣ ଆଫ୍ରିକା ସ୍ୱର୍ଣ୍ଣ ପଦକର ଅଦିକାରୀ ପାଳଟିଥିବା ବେଳେ ଅଷ୍ଟ୍ରେଲିଆ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲା । ତେବେ ଶ୍ରୀଲଙ୍କାକୁ ମାତ୍ ଦେଇ ବ୍ରୋଞ୍ଜ ପଦକ ହାସଲ କରିଥିଲା ନ୍ୟୁଜିଲାଣ୍ଡ । ଏହି କ୍ରୀଡ଼ାରେ ପାକିସ୍ତାନ ସପ୍ତମ ଏବଂ ଭାରତ ନବମ ସ୍ଥାନରେ ଯାତ୍ରା ଶେଷ କରିଥିଲା ।

ନିକଟରେ ଶେଷ ହୋଇଥିବା ଏସିଆନ୍ ଗେମ୍ସରେ ଭାରତର ଉଭୟ ପୁରୁଷ ଏବଂ ମହିଳା ଦଳ ସ୍ୱର୍ଣ୍ଣ ପଦକ ବିଜେତା ହୋଇଛନ୍ତି । ପ୍ରଥମ ଥର ଉଭୟ ଦଳ ଏଥିରେ ସାମିଲ ହୋଇଥିବା ବେଳେ ସର୍ବଶ୍ରେଷ୍ଠ ଦଳ ପାଲଟିଛି ଟିମ ଇଣ୍ଡିଆ । ତେବେ ପ୍ରତ୍ୟେକ କ୍ଷେତ୍ରରେ ପଦକ ବିଜୟୀ ହୋଇଥିବା ଭାରତୀୟ କ୍ରିକେଟ ଟିମ ବର୍ତ୍ତମାନ ଅଲିମ୍ପିକ୍ସରେ ନିଜର ଜଲୱା ଦେଖାଇବାକୁ ଚେଷ୍ଟା କରିବ । ଅଲିମ୍ପିକ୍ସରେ ପାଦ ଥାପିବାକୁ ଯାଉଥିବା ଟିମ ଇଣ୍ଡିଆ ସ୍ୱର୍ଣ୍ଣ ପଦକ ହାସଲ କରିପାରିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.