fbpx

ଅଧିକ ଖର୍ଚ୍ଚ କରିଦେଇଥିବାରୁ ଆପଣଙ୍କ କ୍ରେଡିଟ୍ କାର୍ଡ ଡିଫଲ୍ଟ ହୋଇଯାଇଛି କି? ସମସ୍ୟାରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ଉପାୟ

ନୂଆଦିଲ୍ଲୀ: ଦେଶରେ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି । କ୍ରେଡିଟ୍ କାର୍ଡରେ ମିଳୁଥିବା ଆକର୍ଷଣୀୟ ଅଫର କାରଣରୁ ବହୁ ଲୋକ ନିଜ ବଜେଟ୍‌ରୁ ଅଧିକ ଖର୍ଚ୍ଚ କରି ଦେଇଥାନ୍ତି । ଏହି କାରଣରୁ ଯେତେବେଳେ କ୍ରେଡିଟ୍ କାର୍ଡ ବିଲ୍ ଆସିଥାଏ ସେତେବେଳେ ବହୁ ଲୋକ ପେମେଣ୍ଟ କରିପାରି ନ ଥାନ୍ତି । ଏହି ସମସ୍ୟାକୁ କ୍ରେଡିଟ୍ କାର୍ଡ ବିଲ୍ ଡିଫଲ୍ଟ କୁହାଯାଏ । ପରେ ବ୍ୟକ୍ତିିଙ୍କୁ ମୋଟା ଆକାରରେ ସୁଧ ଦେବାକୁ ପଡିଥାଏ । ଯଦି ଆପଣ ବି ଏପରି କିଛି ସ୍ଥିତିର ସାମ୍ନା କରୁଛନ୍ତି ତେବେ ଏପରି କିଛି ଉପାୟ ଆପଣାନ୍ତୁ ଯଦ୍ଦ୍ୱାରା ଏହି ସମସ୍ୟାରୁ ରକ୍ଷା ପାଇପାରିବେ ।
ରିୱାର୍ଡ ପଏଣ୍ଟରୁ କ୍ୟାସ୍ ଭରନ୍ତୁ:
କୌଣସି ବି କ୍ରେଡିଟ୍ କାର୍ଡରେ ସପିଂ କିମ୍ବା ପଇସା ଖର୍ଚ୍ଚ କରିବା ଦ୍ୱାରା ରିୱାର୍ଡ ପଏଣ୍ଟସ୍ ମିଳିଥାଏ । ବହୁ ବ୍ୟାଙ୍କ ଏହି ରିୱାର୍ଡପଏଣ୍ଟସରୁ ବିଲ୍ ପଇଠ କରିବାକୁ ବି ଅନୁମତି ଦେଇଥାନ୍ତି । ଆପଣଙ୍କ କ୍ରେଡିଟ୍ କାର୍ଡ ବିଲ୍ ଯଦି ଆଶାରୁ ଅଧିକ ଆସିଯାଇଛି ତେବେ ରିୱାର୍ଡସ୍ ପଏଣ୍ଟର ଉପଯୋଗ କରିପାରିବେ ।
ଇଏମ୍‌ଆଇ ବିକଳ୍ପ ଚୟନ: ସବୁ କ୍ରେଡିଟ୍ କାର୍ଡ କମ୍ପାନୀ ପକ୍ଷରୁ ମାସିକ ବିଲ୍‌କୁ ଇଏମଆଇରେ ପରିବର୍ତ୍ତିତ କରିବାର ବିକଳ୍ପ ଦିଆଯାଇଥାଏ । ଏହା ମାଧ୍ୟମରେ ଆପଣ ଖୁବ୍ ସହଜରେ କ୍ରେଡିଟ କାର୍ଡ ଡିଫଲ୍ଟ ସମୟରେ ଅଧିକ ସୁଧ ଦେବାରୁ ରକ୍ଷା ପାଇପାରିବେ । ଏହା ସହିତ ମାସକୁ ମାସ କିସ୍ତି ଆକାରରେ ବିଲ୍ ଭରଣା କରିପାରିବେ ।
ପର୍ସନାଲ ଲୋନ୍ ନେଇପାରିବେ: ଆପଣ ପର୍ସନାଲ ଲୋନ୍ ନେଇ କ୍ରେଡିଟ୍ କାର୍ଡ ବିଲ୍ ଭରିପାରିବେ । ଏପରି କରିବା ଦ୍ୱାରା ଆପଣ ୩୫ରୁ ୪୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଦେବାରୁ ବଞ୍ଚି ଯାଇପାରିବେ ।
ଏଫଡି ଓ ମ୍ୟୁଚୁଆଲ ଫଣ୍ଡ ଉପରେ ଲୋନ୍‌: ଏଫଡି ଓ ମ୍ୟୁଚୁଆଲ ଫଣ୍ଡ ଉପରେ ବହୁ ବ୍ୟାଙ୍କ ସହଜରେ ଲୋନ୍ ଦେଇଥାନ୍ତି । ଏହା ଜରିଆରେ ଆପଣ କ୍ରେଡିଟ୍ କାର୍ଡ ଲୋନ୍ ଭରିପାରିବେ ।

Get real time updates directly on you device, subscribe now.