fbpx

ଟିମ୍ ଇଣ୍ଡିଆକୁ ପଠାଅ…. PCB ଦେଉଛି ଭାରତକୁ ଧମକ! ରିପୋର୍ଟ କହିଲା ଏ କି କଥା…..

ଓଡିଶା ଭାସ୍କର: ଆଇସିସି ଚାମ୍ପିଅନ୍ସ ଟ୍ରଫି ଖେଳିବା ପାଇଁ ଭାରତ ପାକିସ୍ତାନ ଯିବ ନା ନାହିଁ ତାହାକୁ ନେଇ ଏବେ ଚର୍ଚ୍ଚା ଥମିବାର ନା ନେଉ ନାହିଁ । କେତେକ ରିପୋର୍ଟ ଅନୁସାରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଚାମ୍ପଅନ୍ସ ଟ୍ରଫି ଖେଳିବା ପାଇଁ ପାକିସ୍ତାନ ଯିବାକୁ ମନା କରି ସାରିଛି । ବିସିସିଆଇ ଏହି ଦାବି ବି ରଖି ପାରେ ଯେ, ହାଇବ୍ରିଡ ମଡେଲରେ ଏହି ମ୍ୟାଚକୁ ଅନ୍ୟ କେଉଁ ଦେଶରେ ଆୟୋଜନ କରୁ ।

ପାକିସ୍ତାନ କ୍ରିକେଟ ବୋର୍ଡ, ଖେଳାଳି ଓ ସେଠାକାର ଫ୍ୟାନ୍ସଙ୍କ ମନରେ ଏହି ହାଇବ୍ରିଡ ମଡେଲକୁ ନେଇ ରୋଷ ମଧ୍ୟ ରହିଛି । ସେପଟେ ରିପୋର୍ଟ ଅନୁସାରେ ପାକିସ୍ତାନ ଭାରତକୁ ସତର୍କ ତଥା ଧମକି ବି ଦେଇପାରେ । ଯଦି ଟିମ୍ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ନ ଯାଏ, ତେବେ ପାକିସ୍ତାନ ମଧ୍ୟ ୨୦୨୬ ମସିହାରେ ଭାରକରେ ହେବାକୁ ଥିବା ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପ ଖେଳିବାକୁ ଆସିବ ନାହିଁ ! ଏହି ଖବର ଏମିତି ସମୟରେ ଆସିଛି, ଯେଉଁ ସମୟରେ ଆଇସିସିର କନଫ୍ରେନ୍ସ କଲମ୍ବୋରେ ହେବାକୁ ଯାଉଛି ।

ଅନୁମାନ କରାଯାଉଛି ଯେ, ପାକିସ୍ତାନ କ୍ରିକେଟ ବୋର୍ଡର ଅଧିକାରୀମାନେ ହାଇବ୍ରିଡ ମଡେଲକୁ ସଂପୂର୍ଣ୍ଣ ବିରୋଧ କରିବେ ଏହି କଲମ୍ବୋ କନଫ୍ରେନ୍ସରେ । ପ୍ରତିଯୋଗିତା ସଂପୂର୍ଣ୍ଣ ଭାବରେ ପାକିସ୍ତାନରେ ଖେଳାଯାଉ ବୋଲି ସେମାନେ ଦାବି ରଖିବେ । କହିରଖୁ, ଭାରତୀୟ ଦଳ ୨୦୦୮ ମସିହାରେ ଶେଷଥର ପାଇଁ ପାକିସ୍ତାନ ଗସ୍ତ କରିଥିଲା ଏସିଆ କପ ଖେଳିବା ପାଇଁ । ଏହାବାଦ ଭାରତ-ପାକିସ୍ତାନ ସଂପର୍କରେ ରାଜନୈତିକ ତିକ୍ତତା ଆସିବାରୁ ଭାରତ ସେହି ଦେଶକୁ ଯାଇ ନାହିଁ ।

Get real time updates directly on you device, subscribe now.