fbpx

ଦକ୍ଷିଣ ଆଫ୍ରିକା ପହଞ୍ଚିଲା ଭାରତୀୟ ଦଳ, ଫେସ ସିଲ୍ଡରେ ନଜର ଆସିଲେ ବିରାଟ ବାହିନୀ

ନୂଆଦିଲ୍ଲୀ : ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଟେଷ୍ଟ ଦଳ ଦକ୍ଷିଣ ଆଫ୍ରିକା ପହଞ୍ଚି ଯାଇଛି । ଗୁରୁବାର ଭୋର ସକାଳେ ଭାରତୀୟ ଦଳ ମୁମ୍ବାଇରୁ ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା କରିଥିଲା । ତେବେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାରେ ପରଞ୍ଚିବା ପରେ ଅତିରିକ୍ତ ସତର୍କତା ଅବଲମ୍ବନ କରିଥିବା ଦେଖିବାକୁ ମିଳିଛି । ଅଧିନାୟକ ବିରାଟ କୋହଲି, ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ମାସ୍କ ସହିତ ଫେସ୍ ସିଲଡ ଲଗାଇଥିବା ଦେଖିବାକୁ ମିଳିଛି । ଦଳର ପ୍ରାୟତଃ ସମସ୍ତ ଖେଳାଳି ମାସ୍କ ସହିତ ଫେସ ସିଲଡ ଲଗାଇଥିଲେ ।

ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଆନୁଷ୍ଠାନିକ ଟ୍ୱିଟର ହ୍ୟାଣ୍ଡେଲରେ ଖେଳାଳିଙ୍କ ଫଟୋ ସେୟାର କରିଛି । ବିସିସିଆଇ ମୋଟ୍ ୧୨ ଫଟୋ ଟ୍ୱିଟରରେ ସେୟାର କରିଛି । ଏଥିରେ ସମସ୍ତ ଖେଳାଳି ମାସ୍କ ସହ ଫେସ ସିଲଡ୍ ପିନ୍ଧିଛନ୍ତି । ଏହି ଗସ୍ତରେ ଭାରତୀୟ ଦଳ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ । ପ୍ରଥମ ଟେଷ୍ଟ ଡିସେମ୍ବର ୨୬ରୁ ଆରମ୍ଭ ହେବ । ଏହା ପରେ ତିନି ମ୍ୟାଚର ଦିନିକିଆ ସିରିଜ୍ ଜାନୁଆରୀ ୧୯ରୁ ଖେଳାଯିବ।
ତେବେ ଆହତଜନିତ ସମସ୍ୟା କାରଣରୁ ଟେଷ୍ଟ ସିରିଜରେ ରୋହିତ ଶର୍ମା ଓ ରବୀନ୍ଦ୍ର ଜାଡେଜାଙ୍କ ପରି ଖେଳାଳି ଖେଳିବେ ନାହିଁ । ରୋହିତଙ୍କ ସ୍ଥାନରେ ପ୍ରିୟଙ୍କ ପଞ୍ଚାଲଙ୍କୁ ଦଳରେ ସାମିଲ୍ କରାଯାଇଛି ।

 

ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକାରୁ କରୋନାର ନୂତନ ଭାଇରସ୍ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ସାରା ଦୁନିଆରେ ଚହଳ ପଡି ଯାଇଛି । କରୋନାର ଏହି ନୂତନ ପ୍ରଜାତି ବିଶ୍ୱର ଅନେକ ଦେଶରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଅନେକ ଦେଶ ଦକ୍ଷିଣ ଆଫ୍ରିକା ସହ ନିଜର ବିମାନ ସେବା ବାତିଲ୍ କରିବା ସହ ଯାତ୍ରା ଉପରେ କଟକଣା ଲଗାଇଛନ୍ତି । ତେଣୁ ଭାରତୀୟ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ ଡିସେମ୍ବର ୧୯ ପରିବର୍ତ୍ତେ ଡିସେମ୍ବର ୨୬ରୁ ଆରମ୍ଭ ହେବାକୁ ଯାଉଛି ।

 

ଭାରତୀୟ ଟେଷ୍ଟ ଦଳ

ବିରାଟ କୋହଲି(ଅଧିନାୟକ), ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ, ଶ୍ରେୟସ ଆୟର, ପ୍ରିୟଙ୍କ ପାଞ୍ଚାଲ, ହନୁମା ବିହାରୀ, ରବିଚନ୍ଦ୍ରନ ଅଶ୍ୱିନ, କେଏଲ ରାହୁଲ, ଋଷଭ ପନ୍ତ,ୠଦ୍ଧିମାନ ଶାହା, ଜୟନ୍ତ ଯାଦବ, ଇଶାନ୍ତ ଶର୍ମା, ମହମ୍ମଦ ଶାମି, ଉମେଶ ଯାଦବ, ଯଶପ୍ରୀତ ବୁମରା, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସିରାଜ ।

 

 

Get real time updates directly on you device, subscribe now.