fbpx

ପେଟ୍ରୋଲ ଶସ୍ତା ପାଇଁ ସରକାରଙ୍କ ନୂତନ ଯୋଜନା, ଇଥାନଲ ଉପରେ ମିଳିବ ବଡ ଆଶ୍ୱସ୍ତି

ନୂଆଦିଲ୍ଲୀ : ପେଟ୍ରୋଲ-ଡିଜେଲର ଆକାଶଛୁଆଁ ଦରବୃଦ୍ଧିରେ ବେହାଲ ଜନତା । ୧୦୦ ତଳକୁ ଖସିବାର ନାଁ ଧରୁନି ପେଟ୍ରୋଲ । ତେବେ ଏହା ମଧ୍ୟରେ ନରେନ୍ଦ୍ର ମୋଦୀ ସରକାର ପେଟ୍ରୋଲ ଦର ଶସ୍ତା ପାଇଁ ନେଇଛନ୍ତି ଏକ ବଡ ନିଷ୍ପତ୍ତି । ସରକାର ଇଥାନଲ ମିଶ୍ରିତ ପେଟ୍ରୋଲ(ଇବିପି) ପ୍ରୋଗ୍ରାମ ଆଧାରରେ ଇଥାନଲ ଉପରେ ଜିଏସଟି ଦରକୁ ୧୮ ପ୍ରତିଶତରୁ କମାଇ ୫ ପ୍ରତିଶତ କରିଛନ୍ତି । ଇବିପି ଯୋଜନା ଆଧାରରେ ପେଟ୍ରୋଲରେ ଇଥାନଲକୁ ମିଶ୍ରିତ କରାଯାଉଛି । ଫଳରେ ଲୋକେ ଇଥାନଲ ପ୍ରତି ଆକର୍ଷିତ ହେବେ ଏବଂ ପେଟ୍ରୋଲ-ଡିଜେଲ ଉପରେ ନିର୍ଭରତା ହ୍ରାସ ଘଟିବ । ଫଳରେ ଦେଶର ଆମଦାନୀ କମ ହେବ ।

ସୂଚନାଯୋଗ୍ୟ, ୨୦୧୮ରେ ପ୍ରଥମ ଥର ସରକାରଙ୍କ ଦ୍ୱାରା ଇଥାନଲ ଉତ୍ପାଦନ ଅଶୋଧିତ ତୈଳ ଆଧାରରେ ଇଥାନଲର ମୂଲ୍ୟ ଘୋଷଣା କରିଥିଲେ । ସାର୍ବଜନୀନ କ୍ଷେତ୍ରରେ ତୈଳ ବିପଣନକାରୀ କମ୍ପାନୀ ଦ୍ୱାରା ଇଥାନଲ କ୍ରୟ ବଢିଥିଲା । ୨୦୧୩-୧୪ରେ ୩୮ କୋଟି ଲିଟର ଇଥାନଲ କିଣା ଯାଇଥିବା ବେଳେ ଆର୍ଥିକ ବର୍ଷ ୨୦୨୦-୨୧ରେ ବୃଦ୍ଧି ଘଟି ଏହା ୩୫୦ କୋଟି ଲିଟରରୁ ଅଧିକରେ ପହଞ୍ଚିଛି । ଇଥାନଲ ମିଶିବା ଦ୍ୱାରା ପେଟ୍ରୋଲ-ଡିଜେଲ୍ ଦର ହ୍ରାସ ଘଟିବ ।

ପେଟ୍ରୋଲରେ ଇଥାନଲର ମିଶ୍ରଣ କାରଣରୁ ଆମଦାନୀ ହ୍ରାସ ଘଟିବ ବୋଲି ଆଶା କରାଯାଉଛି । ଏଥିରେ ପ୍ରଦୂଷଣ କମ ହେବା ସହ କୃଷକଙ୍କୁ ଆୟର ଏକ ସ୍ରୋତ ମଧ୍ୟ ମିଳିବ । ସୂଚନାଯୋଗ୍ୟ ଭାରତ ବିଶ୍ୱତ ତୃତୀୟ ବଡ ତୈଲ ଆମଦାନକାରୀ ଦେଶ । ଦେଶ ନିଜର ୮୫ ପ୍ରତିଶତ ଚାହିଦା ପୂରା କରିବା ପାଇଁ ବିଦେଶରୁ ଅଶୋଧିତ ତୈଳ ଆମଦାନୀ କରିଥାଏ ।

 

 

Get real time updates directly on you device, subscribe now.