fbpx

ଦୀର୍ଘ ଦିନ ପରେ ଟିମ ଇଣ୍ଡିଆକୁ ଫେରୁଛନ୍ତି ଏହି ଖେଳାଳି: ଜଲୱା ଦେଖାଇବେ ଧୋନୀଙ୍କ ଧୁରନ୍ଧର

Advertisement

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ପାଇଁ ମିଳିଛି ଏକ ବଡ ଖୁସି ଖବର । ଟିମ ଇଣ୍ଡିଆର ଜଣେ ସୁପରଷ୍ଟାର ପୁଣିଥରେ ଦଳକୁ କମବ୍ୟାକ କରିଛନ୍ତି । ଦୀର୍ଘ ୬ ମାସ ଦଳରୁ ଦୂରେଇ ରହିବା ପରେ ଏବେ ପ୍ରତ୍ୟାବର୍ତ୍ତନ କରିବେ ଧୋନୀଙ୍କ ଧୁରନ୍ଧର । ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ଦୀପକ ଚହର ସୁସ୍ଥ ହୋଇ ଦଳକୁ କମବ୍ୟାକ କରୁଛନ୍ତି । ପୁଣିଥରେ ଉଭୟ ବଲ୍ ଏବଂ ବ୍ୟାଟରେ ସେ ନିଜ ଜଲୱା ଦେଖାଇବା ପାଇଁ ପ୍ରସ୍ତୁତ ହୋଇ ସାରିଛନ୍ତି ।

Zim vs Ind 2022 - Deepak Chahar returns for Zimbabwe ODIs, KL Rahul still  unavailable

ଆସନ୍ତା ମାସ ଜିମ୍ବାୱେ ଗସ୍ତରୁ ପୁଣି ଟିମ ଇଣ୍ଡିଆ ସହ ଯୋଡି ହେବାକୁ ଯାଉଛନ୍ତି ଦଳର ଷ୍ଟାର ଅଲରାଉଣ୍ଡର ଦୀପକ ଚହର । ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜ ପାଇଁ ଦୀପକଙ୍କୁ ଦଳରେ ସାମିଲ କରିଛି ବିସିସିଆଇ । ଆହତ ସମସ୍ୟାରୁ ମୁକୁଳିବା ପରେ ଏବେ ଖେଳିବା ପାଇଁ ସମ୍ପୂର୍ଣ୍ଣ ଫିଟ ହୋଇସାରିଛନ୍ତି ଦୀପକ ଚହର । ତେବେ ପ୍ରଥମେ ଗୋଡ ଏବଂ ପରେ ପିଠିରେ ଆଘାତ ପାଇ ଗତ ୬ ମାସରୁ ଟିମରୁ ଦୂରେଇ ରହିଥିଲେ ଦୀପକ ।

IPL 2022 - Deepak Chahar return suffers further setback with back injury at  NCA

ସୂଚନା ଅନୁସାରେ, ଚଳିତବର୍ଷ ଫେବୃୟାରୀ ମାସରେ ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ସିରିଜରେ ଆହତ ହୋଇଥିଲେ ଚହର । ତେବେ ବାଙ୍ଗାଲୋର ରିହାବ କରିବା ସମୟରେ ତାଙ୍କ ପିଠିରେ ମଧ୍ୟ ଆଘାତ ଲାଗିଥିଲା । ଏହା ଯୋଗୁଁ ଚଳିତବର୍ଷର ଆଇିପିଏଲରୁ ମଧ୍ୟ ଦୂରେଇ ରହିଥିଲେ । ତେବେ ଦୀପକ ଚହର ଭାରତ ତରଫରୁ ୭ଟି ଦିନିକିଆ କେଳିଥିବା ବେଳେ ସେଥିରେ ୧୦ଟି ୱିକେଟ ନେଇଥିବା ବେଳେ ୨୦ଟି ଟି-୨୦ ମ୍ୟାଚରୁ ୨୬ଟି ୱିକେଟ ହାସଲ କରିଛନ୍ତି ଦୀପକ ।

ଟିମ୍ ଇଣ୍ଡିଆ: ଶିଖର ଧାୱନ (ଅଧିନାୟକ), ଋତୁରାଜ ଗାୟକୱାଡ଼, ଶୁଭମନ ଗିଲ, ଦୀପକ ହୁଡ୍ଡା, ରାହୁଲ ତ୍ରିପାଠୀ, ଈଶାନ କିଶନ (ୱିକେଟ କିପର), ସଞ୍ଜୁ ସାମସନ (ୱିକେଟ କିପର), ୱାଶିଂଟନ ସୁନ୍ଦର, ଶାର୍ଦୁଲ ଠାକୁର, କୁଲଦୀପ ୟାଦବ, ଅକ୍ଷର ପଟେଲ, ଆବେଶ ଖାନ, ପ୍ରସିଦ୍ଧ କୃଷ୍ଣା, ମହମ୍ମଦ ସିରାଜ, ଦୀପକ ଚହର ।

Get real time updates directly on you device, subscribe now.