fbpx

ଜୁନ ୨୦ରେ ଭାରତ-ଆଫଗାନିସ୍ତାନ ସୁପର-୮ ମୁକାବିଲା: ବର୍ଷା ପାଇଁ ଭାରତ-କାନାଡ଼ା ମ୍ୟାଚ ବାତିଲ୍

Advertisement

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପରେ ଆଜି ଭାରତ-କାନାଡ଼ା ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ ବର୍ଷା କାରଣରୁ ବାତିଲ ହୋଇଯାଇଛି । ଫ୍ଲୋରିଡ଼ାର ସେଣ୍ଟ୍ରାଲ ବ୍ରୋଭାର୍ଡ ରିଜନାଲ ପାର୍କ ଷ୍ଟାଡିୟମରେ ଦୁଇ ଟିମ୍ ପରସ୍ପରକୁ ଭେଟିବାର ଥିଲା । ମାତ୍ର ବର୍ଷା ଓ ଖରାପ ଫିଲ୍ଡ କାରଣରୁ ଏହି ମ୍ୟାଚ ହୋଇପାରିନଥିଲା । ରାତି ୯ଟା ସମୟରେ ଅମ୍ପାୟାରମାନେ ପଡ଼ିଆକୁ ନିରୀକ୍ଷଣ କରିବା ପାଇଁ ମ୍ୟାଚକୁ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ ।

ତେବେ ଏବେ ଭାରତ ସୁପର-୮ରେ ଆସନ୍ତା ୨୦ ତାରିଖରେ ଆଫଗାନିସ୍ତାନକୁ ଭେଟିବ । ସେହିପରି ଭାରତ ୨୪ରେ ଅଷ୍ଟ୍ରେଲିଆକୁ ଭେଟିବା ସ୍ଥିର ହୋଇ ସାରିଛି । ସୂଚନାଯୋଗ୍ୟ ଯେ, ଫ୍ଲୋରିଡ଼ାରେ ବର୍ଷା ଆଶଙ୍କା ୮୬ ପ୍ରତିଶତ ରହିଥିଲା । ସେହିପରି ଆସନ୍ତକାଲି ବର୍ଷା ହେବାର ଆଶଙ୍କା ୮୦ ପ୍ରତିଶତ ରହିଛି । ଆସନ୍ତାକାଲି ପାକିସ୍ତାନ ଓ ଆୟର୍ଲାଣ୍ଡ ମଧ୍ୟରେ ମ୍ୟାଚ ଖେଳାଯିବାର ଅଛି । ତେବେ ବର୍ଷା ଉକ୍ତ ମ୍ୟାଚରେ ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି । ଗ୍ରୁପ ଏ’ର ପଏଣ୍ଟ ଟେବୁଲରେ ଭାରତ ଟପରେ ରହିଛି । ଆମେରିକା ୫ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି ।

Get real time updates directly on you device, subscribe now.