Big Breaking: ଟିମ୍ ଇଣ୍ଡିଆର ବିରାଟ ବିଜୟ… ୬ ୱିକେଟରେ ଜିତିଲା ଭାରତ

ଦୁବାଇ: ପାକିସ୍ତାନ ବିପକ୍ଷ ଆଇସିସି  ଚାମ୍ପିୟନ୍ସ ଟ୍ରଫିରେ ବାଜି ମାରିଲା ରୋହିତ ସେନା । ଦୁବାଇରେ ଭାରତରେ ବିରାଟ ବିଜୟ ।

ପାକିସ୍ତାନକୁ ୬ ୱିକେଟରେ ହରାଇଲା ଭାରତ । ବିରାଟ କୋହଲିଙ୍କ ଦମଦାର ଶତକ ଯୋଗୁ ଭାରତୀୟ କ୍ରିକେଟ ଟିମର ବିଜୟ ପଥ ହେଲା ଉନ୍ମୁକ୍ତ ।

ବିଜୟ ସହ ସେମିରେ ଭାରତୀୟ ଦଳର ସ୍ଥାନ ପକ୍କା ହୋଇଛି । ୫୧ତମ ଦିନିକିଆରେ ଶତକ କଲେ କୋହଲି ।

ପାକିସ୍ତାନ ୪୯ ଓଭର ୪ ବଲରେ ୨୪୧ ରନ୍ କରିଥିବାବେଳେ ଭାରତ ୪୨ ଓଭର ୩ ବଲରେ ୨୪୪ ରନ୍ କରି ବିଜୟୀ ହୋଇଛି ।

ଆଜିର ମ୍ୟାଚ୍ ଉଭୟ ଦେଶ ପାଇଁ ବେଶ୍ ଖାସ୍ ଥିବାବେଳେ ଭାରତୀୟମାନେ ରୋହିତ ବାହୀନୀର ବିଜୟକୁ ଚାହିଁ ବସିଥିଲେ ।

ପରବର୍ତ୍ତୀ ମ୍ୟାଚ୍ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ । ଯାହା ମାର୍ଚ୍ଚ ୨ରେ ଖେଲାଯିବ ।