fbpx

ନାଗପୁରରେ ‘The Hitman Show’: ଦମଦାର ରନ ଚେଜରେ ସିରିଜକୁ କମବ୍ୟାକ କଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଜବରଦସ୍ତ ରନ ଚେଜ କରି ଦ୍ୱିତୀୟ ମ୍ୟାଚକୁ କବଜା କରିଛି ଟିମ ଇଣ୍ଡିଆ । ଅଧିନାୟକ ରୋହିତ ଶର୍ମାଙ୍କ ଧୂଆଁଧାର ବ୍ୟାଟିଂରେ ସିରିଜକୁ କମବ୍ୟାକ କରିଛି ମନେ ଇନ ବ୍ଲୁ । ଦ୍ୱିତୀୟ ମ୍ୟାଚରେ ବିଜୟ ହାସଲ କରି ଟି-୨୦ ସିରିଜକୁ ୧-୧ରେ ବରାବର କରିଛି ଭାରତ । ତେଣୁ ଆସନ୍ତା ତୃତୀୟ ଟି-୨୦ ସିରିଜର ଫାଇନାଲ ଏବଂ ନିର୍ଣ୍ଣାୟକ ମ୍ୟାଚ ହେବ ।

୯୧ ରନର ପିଛା କରି ଦମଦାର ଆରମ୍ଭ କରିଥିଲେ ରୋହିତ ଏବଂ ରାହୁଲ । ପ୍ରଥମ ଓଭରରେ ଜୋସ ହାଜେଲଉଡଙ୍କୁ ୨୦ ରନ ମାରି ନିଜ ଉଦ୍ଦେଶ୍ୟ ସଫା କହି ଦେଇଥିଲେ ରୋହିତ । ଦ୍ୱିତୀୟ ଓଭରରେ ମଧ୍ୟ ପ୍ୟାଟ କମିନ୍ସଙ୍କୁ ଟାର୍ଗେଟ କରିଥିଲେ ଉଭୟ ଖେଳାଳି । କିନ୍ତୁ ତୃତୀୟ ଓଭରରେ ଆଡାମ ଜାମ୍ପା ରାହୁଲଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ । ଏହାପରେ ଭାରତର ରନ ରେଟରେ ଲାଗିଥିଲା ବ୍ରେକ । ଲଗାତାର ଭାରତକୁ ଝଟକା ଦେଇ ଦଳକୁ କମବ୍ୟାକ କରାଇଥିଲେ ଜାମ୍ପା । କିନ୍ତୁ ଅନ୍ୟ ପଟେ ଜାରି ରହିଥିଲା ଦ ହିଟମ୍ୟାନ ଶୋ’ । ଶେଷରେ ଏହି ମ୍ୟାଚକୁ ୬ ୱିକେଟରେ ବିଜୟ ହାସଲ କରିଛି ଟିମ ଇଣ୍ଡିଆ ।

ଏହି ମ୍ୟାଚରେ ଭାରତ ପାଇଁ ସବୁଠୁ ବଡ ବିପଦ ସାଜିଥିଲେ ଅଷ୍ଟ୍ରେଲିଆର ମିଷ୍ଟ୍ରି ସ୍ପିନର ଆଡାମ ଜାମ୍ପା । ୨ ଓଭରରେ ୧୬ ରନ ବ୍ୟୟ କରି ସେ ୩ଟି ୱିକେଟ ହାସଲ କରି ନେଇଥିଲେ । ଶେଷ ଓଭରରେ ୯ ରନର ଆବଶ୍ୟକତା ଥିବା ବେଳେ ପ୍ରଥମ ବଲରେ ଛକା ଏବଂ ଦ୍ୱିତୀୟ ବଲରେ ଚୌକା ମାରି ଦଳକୁ ବିଜୟ ଭେଟି ଦେଇଛନ୍ତି ଦିନେଶ କାର୍ତ୍ତିକ । ଏଥିସହ ସିରିଜକୁ ୧-୧ରେ ବରାବର କରିଛି ରୋହିତ ସେନା ।

Get real time updates directly on you device, subscribe now.