fbpx

ଦକ୍ଷିଣ ଆଫ୍ରିକା ପେସ୍ ଆଟାକ୍ ଆଗରେ ଧରାଶାୟୀ ଭାରତୀୟ ବ୍ୟାଟ୍ସମ୍ୟାନ୍‌, ୫୦ ପୂର୍ବରୁ ଅଧା ଟିମ୍ ପ୍ୟାଭିଲିୟନ ଫେରିଲେ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍‌ର ସୁପର ୧୨ ମ୍ୟାଚ୍‌ରେ ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଛି। ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିବା ବେଳେ ଏହା ଭାରତ ପାଇଁ ବୁମେରାଁ ହୋଇପାରେ। କାରଣ ୫୦ ରନ୍ ପୁର୍ବରୁ ହିଁ ଭାରତର ଅଧା ଟିମ୍ ପ୍ୟାଭିଲିୟନ ଫେରି ସାରିଲାଣି। ପ୍ରଥମ ୧୦ ଓବର ଖେଳ ସୁଧା ଭାରତ ୫ ଉଇକେଟ୍ ହରାଇ ମାତ୍ର ୬୦ ରନ୍ ସଂଗ୍ରହ କରି ପାରିଛି। ବର୍ତ୍ତମାନ ସୁର୍ଯ୍ୟକୁମାର ଯାଦବ ଏବଂ ଦିନେଶ କାର୍ତ୍ତିକ କ୍ରିଜ୍‌ରେ ଉପସ୍ଥିତ ରହିଛନ୍ତି। ଏବେ ଭାରତୀୟ ଟିମ୍ ଏହି ଦୁଇ ଖେଳାଳିଙ୍କ ଉପରେ ପୂରା ଭରଷା ଲଗାଇ ବସିଛି। ଯଦି ଏହି ଦୁଇ ଜଣ ବଡ଼ ସ୍କୋର୍ କରିବାରେ ବିଫଳ ହୁଅନ୍ତି ତେବେ ଭାରତ ଆଜିର ମ୍ୟାଚ୍‌ରେ ପରାଜୟର ସାମ୍ନା କରିପାରେ।

ଭାରତ ଆଜି ଦଳରେ ଗୋଟିଏ ପରିବର୍ତ୍ତନ ସହିତ ପଡ଼ିଆକୁ ଓହ୍ଲାଇଥିଲା । ଅକ୍ଷର ପଟେଲଙ୍କ ସ୍ଥାନରେ ଦୀପ ହୁଡାଙ୍କୁ ସ୍ଥାନ ମିଳିଛି । ତେବେ ବ୍ୟାଟିଂରେ ପ୍ରାରମ୍ଭିକ ବିପର୍ଯ୍ୟୟର ସାମ୍ନା କରିଥିବା ଭାରତ ଦକ୍ଷିଣ ଆଫ୍ରିକା ଆଗରେ କେତେ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରୁଛି ତାହା ଦେଖିବା ପାକି ରହିଲା ।

Get real time updates directly on you device, subscribe now.