fbpx

୧୧ରେ ଖୋଲିବ ବୈଷୟିକ ବିଶ୍ୱବିଦ୍ୟାଳୟ ଓ ଇଞ୍ଜିନିୟରିଂ କଲେଜ

Advertisement

ଭୁବନେଶ୍ୱର, ୮ା୧ (ଓଡିଶା ଭାସ୍କର): ଆସନ୍ତା ୧୧ ତାରିଖରେ ରାଜ୍ୟରେ ସମସ୍ତ ବୈଷୟିକ ବିଶ୍ୱବିଦ୍ୟାଳୟ ଓ ଇଞ୍ଜିନିୟରିଂ କଲେଜକୁ ଖୋଲିବାକୁ ଅନୁମତି ମିଳିଛି । କୋଭିଡ ସଂକ୍ରମଣକୁ ବିଚାର କରି ଏପରି ନିଷ୍ପତ୍ତି ନିଆଯାଇଛି । ଏଥିସହ ବୃତ୍ତିଗତ ମହାବିଦ୍ୟାଳୟ ଓ ଡିପ୍ଲୋମା ଅନୁଷ୍ଠାନଗୁଡ଼ିକୁ ମଧ୍ୟ ଅନୁମତି ଦିଆଯାଇଛି ।

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପ୍ରଶାସନ ଅଧୀନରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ୧୧ ତାରିଖରୁ କ୍ଲାସ ଆରମ୍ଭ ହେବ । ଏଥିପାଇଁ ସରକାରଙ୍କ ତରଫରୁ ଏସଓପି ଜାରି କରାଯାଇଛି ।

Get real time updates directly on you device, subscribe now.