ଓଡିଶା ଭାସ୍କର: ଦେଶରେ ସାଇବର ରାକ୍ଷସଙ୍କ ଠକେଇ ଦ୍ରୁତଗତିରେ ଅଭିବୃଦ୍ଧି ହେବାରେ ଲାଗିଛି । ନିକଟରେ ପ୍ରସିଦ୍ଧ କମ୍ପାନୀ ମାନଇକ୍ରୋସଫ୍ଟ ଏକ ଆଡଭାଇଜରୀ ମାଧ୍ୟମରେ କହିଥିଲା ଯେ, ୱିଣ୍ଡୋଜ ୟୁଜର୍ସଙ୍କୁ ପୁଣିଥରେ କ୍ରାଉଡଷ୍ଟାଇକର ସାମ୍ନା କରିବାକୁ ପଡିପାରେ । ଏହି ଚେତାବନୀ ଭାରତୀୟ ୟୁଜର୍ସଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । ଏହିକ୍ରମରେ Google ଏବେ ଏକ ଆଡଭାଇଜରୀ ଜାରି କରିଛି ।
ରିପୋର୍ଟଅନୁସାରେ, ଗୁଗୁଲର ଥ୍ରେଟ ଆନାଲେସିସ ଗ୍ରୁଫ (TAG ) କହିଛି ଯେ, ଇରାନ ସରକାରଙ୍କ ଦ୍ୱାରା ସପୋର୍ଟ କରାଯାଉଥିବା ଫିସିଂ କ୍ୟାମ୍ପେନରେ ବୃଦ୍ଧି ଘଟିଛି । ଏହି ଗ୍ରୁଫର ନାମ ରହିଛି APT42 । ଏହି APT42 ଇଜରାଇଲ ଓ ଆମେରିକାରେ ହାଇପ୍ରୋଫାଇଲ ୟୁଜର୍ସଙ୍କୁ ଟାର୍ଗେଟ କରୁଛି । ଏହାର ମାୟାଜାଲରେ ବର୍ତ୍ତମାନ ଓ ଅତୀତରେ କାର୍ଯ୍ୟରତ ସରକାରୀ ଅଧିକାରୀ, ରାଜନୈତିକ ଅଭିଯାନ ତଥା ରାଜନୈତିକ ଦଳର ବଡ ବଡ ବ୍ୟକ୍ତିତ୍ୱ ଫଶୁଛନ୍ତି । ଏହାବାଦ ଏଥିରେ ସରକାରୀ ସଂଗଠନ ତଥା ଶୈକ୍ଷିକ ଅନୁଷ୍ଠାନ ବି ସାମିଲ ରହିଛନ୍ତି । ଏମାନେ ଏହାର ଶିକାର ହେବାର ମୁଖ୍ୟ କାରଣ ହେଉଛି ଏହିସବୁ ଅନୁଷ୍ଠାନ ବିଦେଶୀ ନୀତିରେ ନିଜର ସହଭାଗିତା ରଖିଥାଆନ୍ତି ।
ଗତ ୬ ମାସ ମଧ୍ୟରେ APT42 ଆମେରିକା ଓ ଇଜରାଇଲର ପ୍ରାୟ ୬୦ ପ୍ରତିଶତ ଲୋକଙ୍କୁ ପ୍ରଭାବିତ କରିଛି । କହିରଖୁ, APT42 ଇମେଲ ଫିସିଂ ଆକମଣରେ ବିଭିନ୍ନ ରଣନୀତିର ବ୍ୟବହାର କରନ୍ତି । ଏହା ସାଇବର ଠକେଇ ବିଭାଗରେ ଆସିଥାଏ । ଏଥିରେ ଅପରାଧୀ ୟୁଜର୍ସଙ୍କୁ ୟୁଜର ନେମ ଓ ପାସୱାର୍ଡ ଭଳି ତଥ୍ୟ ଜାଣିବାକୁ ପ୍ରୟାସ କରନ୍ତି । ଏଭଳି ଭାବରେ APT42 ନିଜର ଫିସିଂ ଆକ୍ରମଣକୁ ସଫଳ କରିଥାଏ । ଏଥିରେ ସତ ଭଳି ଲାଗୁଥିବା ବଡ ବଡ କମ୍ପାନୀ ଓ ସଂଗଠନର ନାମ ସମ୍ପୃକ୍ତ ଥାଏ । ଅସଲି ଭଳି ପ୍ରତୀୟମାନ ହେଉଥିବା ନକଲି ୱେବସାଇଟ ତିଆରି କରି ଏହି ଠକେଇକୁ ସଫଳ ବନାନ୍ତି ସେମାନେ ।