fbpx

ଚିପ୍ସ ପ୍ୟାକେଟରୁ ମିଳିଲା ଖଜାନା, ଦାମ ଜାଣିଲେ ଉଡ଼ିଯିବ ହୋସ୍

ନୂଆଦିଲ୍ଲୀ: ଖାଇବା ଯୋଗୁଁ ଧନୀ ହେବା କଥା ଦେଖିଛନ୍ତି କି? ତେବେ ଜାଣନ୍ତୁ ଅଷ୍ଟ୍ରେଲିଆ ଗୋଲ୍ଡ କୋଷ୍ଟରେ ରହୁଥିବା ୧୩ ବର୍ଷର ଜଣେ ଝିଅ ଚିପ୍ସ ଖାଇ କିପରି ହୋଇଛନ୍ତି ଧନୀ । ଯାହାକୁ ସେ ଏକଥା ବିଶ୍ୱାସ କରିପାରିନାହାନ୍ତି । ଯେ ସତରେ ଏକ ଚିପ୍ସ ଏତେ ଟଙ୍କା ହୋଇପାରିବ ।

ଗୋଲ୍ଡ କୋଷ୍ଟର ରାଏଲି ଷ୍ଟୁଆର୍ଟ ନାମକ ଜଣେ ୧୩ ବର୍ଷୀୟ ଝିଅ ନିଜ ସହିତ ବସି ଚିପ୍ସ ଖାଉଥିଲେ । ଆଉ ଏହି ସମୟରେ ଚିପ୍ସ ପ୍ୟାକେଟରୁ ତାଙ୍କୁ କିଛି ଏମିତି ଜିନିଷ ମିଳିଥିଲା ଯାହାକୁ ସେ ପ୍ରଥମେ ଧ୍ୟାନ ଦେଇନଥିଲେ କିନ୍ତୁ ପରେ ଯେତେବେଳେ ସେ ଏହାକୁ ଅନଲାଇନ ସେଲରେ ରଖିଥିଲେ ସେତେବେଳେ ଏହାର ଦାମ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହାର ମୂଲ୍ୟ ଲକ୍ଷରେ ପହଞ୍ଚିଯାଇଥିଲା । ଯାହାକୁ ସେ ବିଶ୍ୱାସ କରିପାରିନଥିଲେ ।

ଏହି ଚିପ୍ସ ପ୍ୟାକେଟକୁ ତାଙ୍କ ବାପା ଆଣିଥିଲେ । ସେ ଏହାକୁ ଖାଇବା ସମୟରେ ସେଥିରୁ ଏକ ଭିନ୍ନ ପ୍ରକାରର ଚିପ୍ସ ବାହାରିଥିଲା । ପ୍ରକୃତରେ ଏହି ଚିପ୍ସ ସଂପୂର୍ଣ୍ଣ ଭାବରେ ଫୁଲିଯାଇଥିଲା । ଯେତେବେଳେକି ସାଧାରଣତଃ ଚିପ୍ସ ଗୁଡ଼ିକ ଫୁଲିନଥାଏ । ତେବେ ସେ ଏହାକୁ ଖାଇନଥିଲେ । ପରେ ସେ ଏହାକୁ ଅନଲାଇନରେ ବିଡିଂ ପାଇ ପକାଇଥିଲେ ଏବଂ ଲେଖିଥିଲେ ଏହା ନିଜ ଭିତରେ ଏକ ଅନନ୍ୟ ଚିପ୍ସ । କିଛି ସମୟ ମଧ୍ୟରେ ଲୋକେ ଏହାକୁ କିଣିବା ପାଇଁ ୧୦ ହଜାର ଆମେରିକୀୟ ଡଲାର ଅର୍ଥାତ ୧୦ ଲକ୍ଷ ଟଙ୍କାରେ କିଣିବାକୁ ପ୍ରସ୍ତୁତ ହୋଇଥିଲେ । ଆଉ ବର୍ତ୍ତମାନ ଏହାକୁ କିଣିବାକୁ ୪୩ ଜଣ ଗ୍ରାହକ ରହିଛନ୍ତି ।

Get real time updates directly on you device, subscribe now.