fbpx

ଭୁଲରେ ବି ଡାଉନଲୋଡ୍ କରନ୍ତୁ ନାହିଁ ଏହି ୧୧ଟି ଆପ୍, ନଚେତ୍ ଖାଲି ହୋଇଯିବ ବ୍ୟାଙ୍କ୍ ଆକାଉଣ୍ଟ୍

ନୂଆଦିଲ୍ଲୀ: ବ୍ୟାଙ୍କ ଗ୍ରାହକ ମାନେ ହୋଇଯାଆନ୍ତୁ ସାବଧାନ । ଆଜିକାଲି ଲଗାତର ଭାବରେ ସାଇବର୍ ଅପରାଧ ବଢ଼ିବାରେ ଲାଗିଛି । ନିମିଷକେ ସାଇବର୍ ଅପରାଧି ମାନେ ଅନେକ ପ୍ରକାରର ଅଫର୍ ର ଲୋଭ ଦେଖାଇ ବ୍ୟାଙ୍କ୍ ଆକାଉଣ୍ଟ୍ ଖାଲି କରିଦେଉଛନ୍ତି । ଗୋଟିଏ ଭୁଲ୍ କାରଣରୁ ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ ଖାଲି ହୋଇ ଯାଇପାରେ । ପ୍ରକୃତରେ ଗୁଗୁଲ୍ ପ୍ଲେ ଷ୍ଟୋର୍ ରେ କିଛି ଏଭଳି ଆପ୍ ରହିଛି ଯାହା ଡାଉନଲୋଡ଼ କରିବା ଦ୍ୱାରା ଆପଣଙ୍କର ହିଁ କ୍ଷତି ହେବ ।

ସାଇବର୍ ସିକ୍ୟୁରିଟି ରିସର୍ଚ୍ଚର୍ Zscaler ର ThreatLabz ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟ ଅନୁସାରେ, ମୋଟ ୧୧ଟି ଆପ୍ କୁ ଚିହ୍ନଟ କରାଯାଇଛି ଯାହାଦ୍ୱାରା ବ୍ୟାଙ୍କ୍ ସମ୍ପର୍କିତ ଠକେଇ ଭଳି ଘଟଣା ହୋଇପାରେ । ରିପୋର୍ଟରେ କୁହାଯାଇଛି ଯେ, ଏହି ଆପ୍ ଗୁଡ଼ିକୁ ପାଖାପାଖି ୩ ହଜାରରୁ ଅଧିକ ଥର ଡାଉନଲୋଡ୍ କରାଯାଇଛି । ତେବେ ଯଦି ଆପଣ ମାନେ ବି ଏହିଭଳି କିଛି ଆପ୍ କୁ ଫୋନ୍ ରେ ରଖିଛନ୍ତି ତେବେ ତୁରନ୍ତ ଡିଲିଟ୍ କରିଦିଅନ୍ତୁ ।

ରିସର୍ଚ୍ଚ ମୁତାବକ, ଏହା ଜୋକର୍ ମେଲୱେୟାର୍ ର ଏକ ଫେମସ୍ ଭାରିଆଣ୍ଟ୍ ଯଦ୍ୱାରା ଆଣ୍ଡ୍ରଏଡ୍ ଡିଭାଇଜ୍ ପାଇଁ ତିଆରି କରାଯାଇଛି । ଏହାକୁ ୟୁଜର୍ ମାନଙ୍କ ଜାସୁସୀ କରିବା ପାଇଁ ଅର୍ଥାତ୍ ମେସେଜ୍ ଜରିଆରେ ତଥ୍ୟ ଚୋରୀ କରିବା ପାଇଁ ପ୍ରସ୍ତୁତ କରାଯାଇଛି । ତେବେ ଉକ୍ତ ଆପ୍ ଗୁଡ଼ିକ ହେଲା-

1.Free Affluent Message
2.PDF Photo Scanner
3.delux Keyboard
4.Comply QR Scanner
5.PDF Converter Scanner
6.Font Style Keyboard
7.Translate Free
8.Saying Message
9.Private Message
10.Read Scanner
11.Print Scanner

Get real time updates directly on you device, subscribe now.