fbpx

ଅବସାଦର ଶିକାର ହେଉଛନ୍ତି ଯୁବପୀଢ଼ି : ସୋସିଆଲ ମିଡିଆକୁ ନୂଆ ରିସର୍ଚ୍ଚରେ ବଡ଼ ଖୁଲାସା

AAKASH

ସୋସିଆଲ ମିଡିଆର ବହୁଳ ମାତ୍ରାରେ ବ୍ୟବହାର ଏବେ ମାନସିକ ସ୍ତରରେ କୁପ୍ରଭାବ ପକାଉଥିବା ଜଣାପଡ଼ିଛି । ଜର୍ଣ୍ଣାଲ୍ ଅଫ୍ ଇଫେକ୍ଟିଭ୍ ଡିସଅର୍ଡର୍ସ ରିପୋର୍ଟରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ସୋସିଆଲ ମିଡିଆକୁ ଅଧିକ ବ୍ୟବହାର କରୁଥିବା ଯୁବପୀଢିମାନେ ୬ ମାସ ମଧ୍ୟରେ ଡିପ୍ରେସନ ବା ଅବସାଦର ଶିକାର ହେବାର ସମ୍ଭାବନା ଅଧିକ ଥାଏ । ଏକ ଅଧ୍ୟୟନ ଅନୁଯାୟୀ, ଯେଉଁ ଲୋକମାନେ ସୋସିଆଲ ମିଡିଆରେ ଦିନକୁ ୩୦୦ ମିନିଟରୁ ଅଧିକ ସମୟ ବ୍ୟବହାର କରନ୍ତି, ସେମାନେ ଦୁଇଗୁଣ ଅବସାଦଗ୍ରସ୍ତ ହେବାର ସମ୍ଭାବନା ଥାଏ ।

ଆହୁରି ମଧ୍ୟ, ସୋସିଆଲ୍ ମିଡିଆ ବ୍ୟବହାର କରୁ ନଥିବା ଲୋକ ଏହାର ଅତ୍ୟଧିକ ଉପଯୋଗ କରୁଥିବା ଲୋକଙ୍କ ତୁଳନାରେ ୪୯ ପ୍ରତିଶତ କମ୍ ଉଦାସୀନ ହେବାର ସମ୍ଭାବନା ଥାଏ । ଓରେଗନ୍ ଷ୍ଟେଟ୍ ୟୁନିଭର୍ସିଟିର ଜନସ୍ୱାସ୍ଥ୍ୟ ଏବଂ ମାନବ ବିଜ୍ଞାନର ଡିନ୍ ବ୍ରିଆନ୍ ପ୍ରାଇମେକଙ୍କ ସହଯୋଗରେ ଏହି ଗବେଷଣା କରାଯାଇଥିଲା । ୧୮ରୁ ୩୦ ବର୍ଷ ବୟସ୍କର ଯୁବକଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା । ଆମେରିକାରେ, ୧୮ରୁ ୩୦ ବର୍ଷ ବୟସର ୧୦୦୦ ଯୁବକଙ୍କ ଉପରେ ଏହି ଗବେଷଣା କରାଯାଇଛି । ଯୁବକମାନଙ୍କୁ ସେମାନେ ଦିନରେ କେତେ ସମୟ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି ସେନେଇ ପ୍ରଶ୍ନ କରାଯାଇଥିଲା ।

ଏଥିସହ, ବିଗ୍ ଫାଇଭ୍ ଇନଭେଣ୍ଟୋରୀ ବ୍ୟବହାର କରି ସେମାନଙ୍କର ବ୍ୟକ୍ତିତ୍ୱ ମପାଯାଇଥିଲା । ଯେଉଁଥିରେ ଖୋଲାପଣ, ସ୍ୱଳ୍ପ ଖର୍ଚ୍ଚ, ସହମତି ଏବଂ ସାଇକୋପାଥିର ଆକଳନ କରାଯାଇଥିଲା । ବ୍ରିଟେନର ଜଣେ ୧୪ ବର୍ଷର ଝିଅ ରସେଲଙ୍କ ଆତ୍ମହତ୍ୟା ପାଇଁ ମଧ୍ୟ ସୋସିଆଲ ମିଡିଆ ଦାୟୀ ବୋଲି କୁହାଯାଇଥିଲା । ଆତ୍ମହତ୍ୟାର ଛଅ ମାସ ପୂର୍ବରୁ ଏହି ବାଳିକା ଆତ୍ମହତ୍ୟା ଓ ଉଦାସୀନତା ସମ୍ବନ୍ଧୀୟ ୨୧୦୦ ପୋଷ୍ଟ ଦେଖିଥିବା ଜଣାପଡ଼ିଥିଲା । ଆମେରିକାରେ ମଧ୍ୟ ୧୦ରୁ ୧୪ ବର୍ଷ ବୟସର ପିଲାମାନଙ୍କର ମୃତ୍ୟୁର ଦ୍ୱିତୀୟ ପ୍ରମୁଖ କାରଣ ହେଉଛି ପାଇଁ ଆତ୍ମହତ୍ୟା ।

Get real time updates directly on you device, subscribe now.