fbpx
BSKY
BJD YOUTH SKY
BJD MS SKY

କେବେ ନିର୍ମାଣ ହୋଇଥିଲା ବିଶ୍ୱର ପ୍ରଥମ ହାତଘଣ୍ଟା ? ଜାଣନ୍ତୁ କେତେ ଥିଲା ଦାମ୍

ଅନେକ ଲୋକ ହାତରେ ଘଣ୍ଟା ପିନ୍ଧିବାକୁ ବହୁତ ଭଲ ପାଆନ୍ତି । ଏମିତି ସମୟ ଥିଲା, ଯେତେବେଳେ କିଛି ବିଶିଷ୍ଟ ବ୍ୟକ୍ତି ହିଁ ହାତରେ ଘଣ୍ଟା ପିନ୍ଧୁଥିଲେ । କାରଣ ଘଣ୍ଟାର ଦାମ୍ ଏତେ ଥିଲା ଯେ ସାଧାରଣ ଲୋକ ଏହାକୁ ବ୍ୟବହାର କରି ପାରୁ ନଥିଲେ ।

ବିଶ୍ୱର ପ୍ରଥମ ହାତ ଘଣ୍ଟା ୫୧୫ ବର୍ଷ ପୂର୍ବରୁ ନିର୍ମାଣ କରାଯାଇଥିଲା । ‘ପୋମାଣ୍ଡର ୱାଚ୍ ଅଫ୍ ୧୫୦୫’ କିମ୍ବା ‘ୱାଚ୍ ୧୫୦୫’ ନାମରେ ଏହା ଜଣାଶୁଣା । ଏହାକୁ ଜର୍ମାନୀର ଘଣ୍ଟା ନିର୍ମାତା ପିଟର ହେନ୍ଲେନ୍ ତିଆରି କରିଥିଲେ । ହେନ୍ଲେନଙ୍କୁ ବିଶ୍ୱର ପ୍ରଥମ ଘଣ୍ଟା ନିର୍ମାତା ମଧ୍ୟ କୁହାଯାଏ । ସେଓ ଆକୃତିର ଏହି ଘଣ୍ଟା ଲୋକଲୋଚନକୁ ଆସିବା ପଛରେ ଏକ ରୋଚକ କାହାଣୀ ରହିଛି ।

କୁହାଯାଏ ଯେ, ୧୯୮୭ ମସିହାରେ ଜଣେ ଯୁବକ ଲଣ୍ଡନର ସ୍କ୍ରାପ୍ ମାର୍କେଟରୁ ସେତେବେଳେ ୧୦ ପାଉଣ୍ଡ ଦେଇ ଏହି ଘଣ୍ଟାକୁ କିଣିଥିଲେ, କିନ୍ତୁ ସେ ଜାଣି ନଥିଲେ ଯେ ଏହା ହେଉଛି ବିଶ୍ୱର ପ୍ରଥମ ହାତ ଘଣ୍ଟା । ୨୦୦୨ ମସିହାରେ ସେ ଅନ୍ୟ ଜଣଙ୍କୁ ବିକ୍ରି କରିଥିଲେ ।

ଶେଷରେ ଏହି ଘଣ୍ଟା, ପୋମାଣ୍ଡର ଘଣ୍ଟା ଉପରେ ଗବେଷଣା କରୁଥିବା ଜଣେ ଗବେଷକଙ୍କ ପାଖେ ପହଞ୍ଚିଥିଲା । ଏହାପରେ ଏହାକୁ ବିଶ୍ୱ ଦରବାରରେ ପରିଚୟ ମିଳିଥିଲା । ଏଥିରେ ପିଟର ହେନ୍ଲେନଙ୍କ ଦସ୍ତଖତ ଥିଲା । ଏହା ତମ୍ବା ଓ ସୁନାରେ ନିର୍ମାଣ କରାଯାଇଥିଲା । ଆଜିର ସମୟରେ ଏହି ଘଣ୍ଟାର ମୂଲ୍ୟ ୮୦ ନିୟୁତ ଡଲାର ହୋଇପାରେ ବୋଲି କୁହାଯାଉଛି ।

Get real time updates directly on you device, subscribe now.