fbpx
BJD
BJD SKY
BJD SKY

ବିଜେପି ସହ ମେଣ୍ଟ କରିବାକୁ ଚାହୁଁଥିଲା KCR, ତେଲେଙ୍ଗାନା ରାଲୀରେ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

ତେଲେଙ୍ଗାନା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ବିଜେପି ସହ ମେଣ୍ଟ କରିବାକୁ ଚାହୁଁଥିଲା । ହେଲେ ଆମେ ଏହା ହେବାକୁ ଦେଲୁନାହିଁ ।

ପ୍ରଧାନମନ୍ତ୍ରୀ ତେଲେଙ୍ଗାନାର ମହବୁବାବାଦରେ ନିର୍ବାଚନ ରାଲୀ କରୁଥିବା ସମୟରେ କହିଛନ୍ତି ଯେ, ବହୁ ପୂର୍ବରୁ କେସିଆରକୁ ବିଜେପିର ବଢୁଥିବା ଶକ୍ତି ବିଷୟରେ ଅବଗତ ହୋଇଥିଲା । ବହୁ ସମୟରୁ କେସିଆର ଏହି ପ୍ରଚେଷ୍ଟାରେ ଥିଲା ଯେ, କୌଣସି ପ୍ରକାରେ ସେ ବିଜେପି ସହ ହାତ ମିଳାଇବ । ଯେତେବେଳେ ସେ ଦିଲ୍ଲୀ ଆସିଥିଲେ ସେତେବେଳେ କେସିଆର ମୋତେ ଅନୁରୋଧ କରିଥିଲା, ହେଲେ ବିଜେପି ତେଲେଙ୍ଗାନାର ଲୋକଙ୍କ ଇଛା ବିରୋଧରେ କୌଣସି କାମ କରିପାରିବ ନାହିଁ । ସେ ଏପରି ଦାବି ବହୁ ଥର କାରିଆସିଛି ।

ସେ ଆଗକୁ କହିଛନ୍ତି ଯେ, ଯେବେଠାରୁ ବିଜେପି କେସିଆରକୁ ମନା କରିଛି ସେବେଠାରୁ ସେ ମୋତେ ଗାଳି କରିବାକୁ କୌଣସି ସୁଯୋଗକୁ ହାତଛଡ଼ା କରିନାହିଁ । ଆମ ପାର୍ଟୀ ତେଲେଙ୍ଗାନାକୁ ବିଆରଏସ କବଳରୁ ମୁକ୍ତ କରିବାର ନିଜ ଦାୟିତ୍ୱ ବୋଲି ବୁଝିଥାଏ । ପ୍ରଧାନମନ୍ତ୍ରୀ ମୋଦୀ ଟାର୍ଗେଟ କରି କହିଛନ୍ତି ଯେ, ବିଆରଏସ ଚିଫ୍ କେସିଆର ଏଠାରେ ଯାହା ମଧ୍ୟ ଦୁର୍ନୀତି କରିଛନ୍ତି, ଆସନ ଜିତିବା ପରେ ବିଜେପି ସରକାର ସେହି ସମସ୍ତ ତଦନ୍ତ କରିବ । ବିଆରଏସର ଦୁର୍ନୀତି କରୁଥିବା ଲୋକଙ୍କୁ ଜେଲ ପଠାଇବାର ସେ ସଙ୍କଳ୍ପ ନେଇଛି ।

Get real time updates directly on you device, subscribe now.