fbpx

TRAI Order: ଟେଲିକମ୍ କମ୍ପାନୀମାନେ ଗ୍ରାହକଙ୍କୁ ୩୦ ଦିନିଆ ଭାଲିଡିଟି ପ୍ଲାନ୍ ପ୍ରଦାନ କରିବେ

ନୂଆଦିଲ୍ଲୀ: ପ୍ରତ୍ୟେକ ଟେଲିକମ ସେବା ପ୍ରଦାନକାରୀ (ଟିଏସପି) ଅତିକମରେ ଗୋଟିଏ ପ୍ଲାନ ଭାଉଚର, ସ୍ପେଶାଲ ଟାରିଫ ଭାଉଚର ଓ କମ୍ବିନେସନ ଭାଉଚର ପ୍ରଦାନ କରିବେ । ଏହି ଭାଉଚର ମାସ ଶେଷରେ ୩୦ ଦିନ ପରେ ରିନ୍ୟୁ ହେବ । ଯଦି ଗୋଟିଏ ମାସରେ ଏହି ରିନ୍ୟୁଆଲର ଦିନ ଉପଲବ୍ଧ ନଥିବ, ତେବେ ଉକ୍ତ ମାସର ଅନ୍ତିମ ତାରିଖରେ ରିନ୍ୟୁଆଲ କରାଯିବ । ଭାରତୀୟ ଟେଲିକମ ନିୟନ୍ତ୍ରକ କର୍ତ୍ତୃପକ୍ଷ (ଟ୍ରାଇପ) ପକ୍ଷରୁ ଟେଲିକମ କମ୍ପାନୀମାନଙ୍କୁ ଏହି ନିର୍ଦ୍ଦେଶ ଦିଆଯାଇଛି ।

ପ୍ରତ୍ୟେକ ଟେଲିକମ କମ୍ପାନୀମାନେ ଅତିକମରେ ୩୦ ଦିନିଆ ବୈଧତା ଥିବା ଗୋଟିଏ ପ୍ଲାନ ଭାଉଚର, ଗୋଟିଏ ସ୍ପେଶାଲ ଟାରିଫ ଭାଉଚର ଓ ଗୋଟିଏ କମ୍ବୋ ଭାଉଚର ପ୍ଲାନ ଲଞ୍ଚ କରିବେ ବୋଲି ଟ୍ରାଇ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ଟେଲିକମ କମ୍ପାନୀମାନେ ପ୍ରଦାନ କରିଆସୁଥିବା ୨୮ ଦିନିଆ ଭାଲିଡିଟି ଥିବା ଭାଉଚରକୁ ନେଇ ଅନେକ ଗ୍ରାହକ ସେମାନଙ୍କର ଅସନ୍ତୋଷ ବ୍ୟକ୍ତ କରିଆସୁଥିଲେ । ଏହାପରେ ଟ୍ରାଇ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ଏହା ପୂର୍ବରୁ ୨୮, ୫୬ ଓ ୮୪ ଦିନିଆ ବୈଧତା ଥିବା ପ୍ଲାନ ପ୍ରଦାନ କରିବାକୁ ଟ୍ରାଇ ପକ୍ଷରୁ ଟେଲିକମ କମ୍ପାନୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

Get real time updates directly on you device, subscribe now.