fbpx

ଆସିଫ୍ ଆଫ୍ରିଦିଙ୍କୁ ସସପେଣ୍ଡ କଲା ପାକିସ୍ତାନ କ୍ରିକେଟ୍ ବୋର୍ଡ: ଆଣ୍ଟି କରପ୍ସନ କୋର୍ଡର ଉଲ୍ଲଘଂନ ନେଇ ରହିଛି ଅଭିଯୋଗ

ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି) ସ୍ପିନର ଆସିଫ୍ ଆଫ୍ରିଦିଙ୍କୁ ଆଣ୍ଟି କରପ୍ସନ କୋଡ୍ ଅନୂଯାୟୀ, ସସପେଣ୍ଡ କରାଯାଇଛି । ୩୫ ବର୍ଷୀୟ ଏହି ସ୍ପିନର ୩୫ ଟି ଫାଷ୍ଟ କ୍ଲାସ୍, ୪୨ ଲିଷ୍ଟ ଏ ଏବଂ ୬୫ ଟି୨୦ ମ୍ୟାଚ୍ ଖେଳିସାରିଛନ୍ତି । ଆସିଫ୍ ଆଫ୍ରିଦିଙ୍କୁ ଇଣ୍ଟରନାସନାଲ କ୍ରିକେଟ୍ ଖେଳିବାର ସୁଯୋଗ ମିଳିନାହିଁ ।

ପାକିସ୍ତାନୀ ଜର୍ଣ୍ଣାଲିଷ୍ଟ ଫୈଜାନ ଲଖାନୀ ଟ୍ୱିଟ୍ କରି ଲେଖିଛନ୍ତି ଯେ”ଆସିଫ୍ ଆଫ୍ରିଦି ଆର୍ଟିିକିଲ ୨.୪ ଅନୂଯାୟୀ ତାଙ୍କ ଉପରେ ଚାର୍ଜ ଲଗାଯାଇଛି । ଯାହାର ଅର୍ଥ ସେ ଦୁର୍ନୀତିର ସୂଚନା ଦେଇନଥିଲେ । ଆସିଫ୍ ୧୧୮ ଫାର୍ଷ୍ଟ କ୍ଲାସ୍, ୫୯ ଲିଷ୍ଟ ଏ ଏବଂ ୬୩ ଟି-୨୦ ୱିକେଟ୍ ନେଇଛନ୍ତି ।

ଏହା ବ୍ୟତୀତ ତିନି ଫର୍ମାଟରେ ସର୍ବନିମ୍ନ ୧୩୦୩, ୫୭୬ ଏବଂ ୪୪୦ ରନ୍ ସଂଗ୍ରହ କରିଛନ୍ତି । ପାକିସ୍ତାନ ସୁପର ଲିଗ୍ ରେ ଆସିଫ୍ ମୁଲ୍ତାନ ଟିମ୍ ର ଅଂଶ ରହିଛନ୍ତି । ଅଷ୍ଟ୍ରେଲିଆ ବିରୋଧରେ ଚଳିତ ବର୍ଷ ଘରୋଇ ସିରିଜ୍ ରେ ଆସିଫ୍ ଆଫ୍ରିଦିଙ୍କୁ ହ୍ୱାଇଟ୍ ବଲ୍ କ୍ରିକେଟ୍ ସ୍କ୍ୱାଡ୍ ପାଇଁ ବଛାଯାଇଥିଲା ।

Get real time updates directly on you device, subscribe now.