fbpx

ମାତ୍ର ୮ ଲକ୍ଷ ଟଙ୍କାରେ ମିଳୁଛି ସରକାରୀ Flat: ୧୦ ହଜାର ଦେଇ କରନ୍ତୁ ବୁକିଂ, ଜାଣନ୍ତୁ ପ୍ରୋସେସ୍

ନୂଆଦିଲ୍ଲୀ: ଆଜିକାଲିର ମହଙ୍ଗା ଯୁଗରେ ପ୍ଲଟ ଆଉ ଘରର ମୂଲ୍ୟ ସୁନା ସହିତ ସମାନ । ତେବେ ଆପଣମାନେ ଯଦି ଶସ୍ତାରେ ଘର କିଣିବାକୁ ଚାହୁଁଥାନ୍ତି ତେବେ ଏଥିପାଇଁ ଏକ ଭଲ ସୁଯୋଗ ଆସିଛି । ଏଥିପାଇଁ ଆପଣଙ୍କୁ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ । ମାତ୍ର ୮ ଲକ୍ଷ ଟଙ୍କାରେ ଆପଣ ଦିଲ୍ଲୀ ପରି ଏକ ମହାନଗର ଅଞ୍ଚଳରେ ବଢ଼ିଆ ଫ୍ଲାଟ୍ ପାଇପାରିବେ ।

ସୂଚନା ମୁତାବକ, ଦିଲ୍ଲୀ ଡେଭଲପମେଣ୍ଟ ଅଥରିଟି (ଡିଡିଏ) ପକ୍ଷରୁ ଏପରି ଏକ ସ୍ପେଶାଲ ସ୍କିମ ଲଞ୍ଚ କରାଯାଇଛ । ପ୍ରଥମେ ଆବେଦନ କରିଥିବା ବ୍ୟକ୍ତିଙ୍କୁ ପ୍ରଥମେ ଫ୍ଲାଟ ପ୍ରଦାନ କରାଯିବ । ଏଥିପାଇଁ ଡିଡିଏ କ୍ଷରୁ ୮୫୦୦ଟି ଫ୍ଲାଟ ବିକ୍ରି ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ଆପଣମାନେ ଅନଲାଇନରେ ଆବେଦନ କରି ଘରେ ବସି ସହଜରେ ବୁକିଂ କରିପାରିବେ ।

ନରେଲାରେ ଇଡବ୍ଲ୍ୟୁଏସ ଫ୍ଲାଟର ମୂଲ୍ୟ ୭.୯୧ ଲକ୍ଷରୁ ୧୨.୪୨ ଲକ୍ଷ ମଧ୍ୟରେ ରହିଛି । ଏହାଛଡ଼ା ଆପଣ ଯଦି ଏଲଆଇଜି ଫ୍ଲାଟ କିଣିବାକୁ ଚାହିଁବେ ତେବେ ଏଥିପାଇଁ ୧୮.୧୦ ଲକ୍ଷରୁ ୨୨.୮୦ ଲକ୍ଷ ଟଙ୍କା ଦେବାକୁ ପଡ଼ିବ । ଆପଣ ମାତ୍ର ୧୦ ହଜାର ଟଙ୍କା ଦେଇ ବୁକିଂ କରିପାରିବେ । ଏଲଆଇଜି ଫ୍ଲାଟ ବୁକିଂ ପାଇଁ ୧୫ ହଜାର ଟଙ୍କା ଦେବାକୁ ପଡ଼ିବ । ଫ୍ଲାଟ ବୁକିଂ ପାଇଁ ଆପଣଙ୍କୁ https://dda.gov.in/ କୁ ଯାଇ ଲଗ୍ କରି ପ୍ରୋସେସ୍ ସମ୍ପୂର୍ଣ୍ଣ କରିବାକୁ ପଡ଼ିବ ।

Get real time updates directly on you device, subscribe now.