fbpx

ତୁରନ୍ତ ଅପଡେଟ୍ କରନ୍ତୁ ଆପଣଙ୍କ ଟେଲିଗ୍ରାମ, ନଚେତ୍ ହୋଇପାରେ ହ୍ୟାକ୍

ନୂଆଦିଲ୍ଲୀ: ଯଦି ଆପଣ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି ଏବଂ ଟେଲିଗ୍ରାମ ଆପ୍ ବ୍ୟବହାର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ନିକଟରେ ଏହା ପ୍ରକାଶ ପାଇଛି ଯେ, ଟେଲିଗ୍ରାମର ଆଣ୍ଡ୍ରଏଡ୍ ଭର୍ସନରେ ଏକ ପ୍ରମୁଖ ସୁରକ୍ଷା ଅଭାବ ଥିଲା ।

ଏହି ତ୍ରୁଟିର ଲାଭ ଉଠାଇ ହ୍ୟାକରମାନେ ଆପଣଙ୍କୁ ବିପଦପୂର୍ଣ୍ଣ ମାଲୱେର୍ ପଠାଇପାରନ୍ତି ଯାହା ଭିଡିଓ ଫାଇଲ ପରି ଦେଖାଯାଏ ।

ଏହି ତ୍ରୁଟିର ନାମ ହେଲା “ଇଭିଲ୍ ଭିଡ଼ିଓ’ । ଏହି ତ୍ରୁଟି ମାଧ୍ୟମରେ, ହ୍ୟାକରମାନେ ସ୍ୱତନ୍ତ୍ର ଭାବରେ ସୃଷ୍ଟି ହୋଇଥିବା ଏପିକେ ଫାଇଲଗୁଡ଼ିକୁ ଭିଡିଓ ଫାଇଲ୍ ଭାବରେ ଦେଖାଇପାରନ୍ତି । ଟେଲିଗ୍ରାମର ଡିଫଲ୍ଟ ସେଟିଂସମୂହରେ, ଯେତେବେଳେ ଆପଣ ଏକ ଚାଟ୍ ଖୋଲନ୍ତି, ଏହି ଫାଇଲଗୁଡ଼ିକ ସ୍ୱୟଂଚାଳିତ ଭାବରେ ଡାଉନଲୋଡ୍ ହୋଇଯାଏ । ଯଦିଓ ଆପଣଙ୍କର ଅଟୋ-ଡାଉନଲୋଡ୍ ବନ୍ଦ ଥିଲେ ମଧ୍ୟ ଭିଡିଓକୁ ଟ୍ୟାପ୍ କରିତବା ମାତ୍ରେ ଫାଇଲ୍ ଡାଉନଲୋଡ୍ ହୋଇଯାଏ ।

ଏହାର ଅର୍ଥ ଯଦି ଆପଣ ହଠାତ୍ ଏପରି ଫାଇଲ୍ ଖୋଲନ୍ତି, ତେବେ ଆପଣଙ୍କର ଫୋନ୍ ପ୍ରଭାବିତ ହୋଇପାରେ । ଏହି ମାଲୱେର୍ ଆପଣଙ୍କ ବ୍ୟକ୍ତିଗତ ସୂଚନା ଚୋରି କରିପାରେ, କିମ୍ବା ଆପଣଙ୍କ ଫୋନକୁ ନିୟନ୍ତ୍ରଣ କରିପାରେ ।

କିନ୍ତୁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । ଟେଲିଗ୍ରାମ ଜୁନ୍ ମାସରେ ଏହି ଅସୁବିଧା ବିଷୟରେ ଅବଗତ ହେଲା ଏବଂ ଜୁଲାଇରେ ଏକ ଅପଡେଟ୍ ଜାରି କରିଛି ଓ ଏହାକୁ ଠିକ୍ କରିଛି । ଯଦି ଆପଣ ଏପର୍ଯ୍ୟନ୍ତ ଟେଲିଗ୍ରାମ ଅପଡେଟ୍ କରିନାହାଁନ୍ତି, ତେବେ ଏହାକୁ ଶୀଘ୍ର ଅପଡେଟ୍ କରନ୍ତୁ ।

ଟେଲିଗ୍ରାମରେ ସୁରକ୍ଷିତ ରହିବାକୁ କିଛି ଟିପ୍ସ:

କେବଳ ଆପଣ ଜାଣିଥିବା ଲୋକଙ୍କଠାରୁ ଫାଇଲ ଗ୍ରହଣ କରନ୍ତୁ ।
କୌଣସି ଅଜ୍ଞାତ ଲିଙ୍କ୍ କିମ୍ବା ଫାଇଲ୍ ଖୋଲିବା ପୂର୍ବରୁ ଚିନ୍ତା କରନ୍ତୁ ।
ସର୍ବଦା ଟେଲିଗ୍ରାମକୁ ଅପଡେଟ୍ ରଖନ୍ତୁ ।
ଯଦି ଆପଣ ଭାବୁଛନ୍ତି ଯେ ଆପଣଙ୍କର ଫୋନ୍ କିଛି ମାଲୱେର୍ ଦ୍ୱାରା ଆଘାତ ପାଇଛି, ତେବେ ଏକ ଭଲ ଆଣ୍ଟି-ଭାଇରସ୍ ସହିତ ଆପଣଙ୍କ ଫୋନକୁ ସ୍କାନ୍ କରନ୍ତୁ । ଟିକିଏ ସତର୍କତା ସହିତ, ଆପଣ ଟେଲିଗ୍ରାମରେ ସୁରକ୍ଷିତ ରହି ମଜାଦାର ଚାଟ୍ ଉପଭୋଗ କରିପାରିବେ ।

Get real time updates directly on you device, subscribe now.