fbpx

ତେଲେଙ୍ଗାନାରେ ଲାଗୁ ହେଲା ୧୦ ଦିନିଆ ଲକଡାଉନ୍

ନୂଆଦିଲ୍ଲୀ, ୧୧/୦୫(ଓଡିଶା ଭାସ୍କର) : ତେଲେଙ୍ଗାନାରେ କୋଭିଡ୍ ମାମଲା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଆଜି ତେଲେଙ୍ଗାନା ସରକାର ୧୦ ଦିନ ପାଇଁ ଲକଡାଉନ୍ ଘୋଷଣା କରିଛନ୍ତି । ମଙ୍ଗଳବାର ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଏନେଇ ନିଷ୍ପତି ନିଆଯାଇଛି । ଉକ୍ତ ବୈଠକରେ ଟିକା କିଣିବା ପାଇଁ ଗ୍ଲୋବାଲ୍ ଟେଣ୍ଡର୍ କୁ ଆପଣାଇବାକୁ ମଧ୍ୟ ନିଷ୍ପତି ହୋଇଛି ।

ସୁଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ୬୩ ହଜାର ଆକ୍ଟିଭ୍ ମାମଲା ରହିଛି । ଏଥିସହିତ ଏହି ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଖାଲି ସେତିକି ନୁହେଁ ୨୭୦୦ରୁ ଅଧିକ ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି । ହେଲେ ଆଶ୍ୱସ୍ତିକର କଥା ହେଲା ଆରୋଗ୍ୟଙ୍କ ହାର ୮୬.୯୪ ରହିଛି । ସେହିପରି ତେଲେଙ୍ଗାନାର ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶରେ ସଂକ୍ରମର ମାମଲା ଭୟଙ୍କର ରହିଛି । ସୋମବାର ଅକ୍ସିଜେନ୍ ଅଭାବରେ ଆନ୍ଧ୍ରପ୍ରଦେଶର ୧୧ ଜଣଙ୍କର ମୃତ୍ୟୁ ହୋଇଛି ।

ତେବେ ଖାଲି ତେଲେଙ୍ଗାନା ନୁହେଁ ବରଂ କରୋନା ଚେନ୍ ଭାଙ୍ଗିବାକୁ ବିଭିନ୍ନ ରାଜ୍ୟରେ ଲକଡାଉନ୍ ଲାଗୁ କରାଯାଇଛି । ଗତ ୨୪ ଘଣ୍ଟାରେ ୩ ଲକ୍ଷ ୫୦ ହଜାରରୁ ଅଧିକ ମାମଲା ସାମନାକୁ ଆସିଛି । କରୋନାର ଦ୍ୱିତୀୟ ଲହର ଭୟାନକ ସାବ୍ୟସ୍ତ ହେଉଥିବା ବେଳେ ବୈଜ୍ଞାନିକ ମାନେ ଏହାର ତୃତୀୟ ଲହର ନେଇ ଚେତାବନୀ ଦେଇଛନ୍ତି ।

Get real time updates directly on you device, subscribe now.