fbpx

କରୋନା ସହାୟତା ରାଶିରେ ଫରାରୀ, ବେନ୍ଟଲୀ କିଣିଲେ ବ୍ୟବସାୟୀ!

ନୂଆ ଦିଲ୍ଲୀ, ୧୧/୦୫: କରୋନା ମହାମାରୀ ସମୟରେ ହୋଇଥିବା କ୍ଷତି ପାଇଁ ମିଳିଥିବା ସହାୟତା ରାଶିରେ ଦାମୀ କାର କିଣିଛନ୍ତି ଜଣେ ୩୮ ବର୍ଷୀୟ ଯୁବକ । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଆମେରିକାର କାଲିଫର୍ଣ୍ଣିଆରେ । ଯେଉଁଠି କିଭଳି ଜଣେ ଯୁବକ ସରକାରଙ୍କ ତରଫରୁ କୋଭିଡ ମହାମାରୀ ପାଇଁ ମିଳିଥିବା କ୍ଷୁଦ୍ର ବ୍ୟବସାୟୀଙ୍କୁ ସହାୟତା ରାଶିରେ ଦାମୀ କାର କିଣିଥିବାର ଘଟଣା ସାମ୍ନାକୁ ଆସିଛି ।

ମୁସ୍ତାଫା କାଦରୀ ନାମକ ଏହି ବ୍ୟକ୍ତିଙ୍କ ନାମରେ ୫ ମିଲିୟନ ଡଲାରର କୋଭିଡ ରିଲିଫ ଫଣ୍ଡର ଠକେଇ ଅଭିଯୋଗ ହୋଇଛି, ଏବଂ ସେ ଏଥିପାଇଁ ଦୋଷୀ ସାବସ୍ତ୍ୟ ମଧ୍ୟ ହୋଇନାହାଁନ୍ତି । କାଦରୀ ବ୍ୟବସାୟ କରିବା ପାଇଁ ଏହି ସହାୟତା ରାଶିକୁ ସଂଗ୍ରହ କରିଥିଲା ଏବଂ ଏହା ପରେ ସେ ସେହି ଅର୍ଥରେ ଫରାରୀ, ବେନ୍ଟଲୀ ଭଳି ଦାମୀ ଗାଡ଼ିକୁ କିଣିବା ନେଇ ଅଭିଯୋଗ ହୋଇଛି । ମୁସ୍ତାଫା କାଦରୀକୁ ଆମେରିକା ସରକାରଙ୍କ କରୋନା ମହାମାରୀ ଯୋଗୁଁ କ୍ଷୁଦ୍ର ବ୍ୟବସାୟଙ୍କୁ ହୋଇଥିବା କ୍ଷତି ପାଇଁ ମିଳୁଥିବା ସହାୟତା ରାଶି ହଡ଼ପ କରିଥିବା ଅଭିଯୋଗରେ ଗିରଫ କରାଯାଇଛି । ତଥାପି କାଦରୀକୁ ବ୍ୟାଙ୍କ ଠକେଇ, ଜାଲିଆତି ଏବଂ ଅର୍ଥ ହେର ଫେର ଘଟଣାରେ ଦୋଷୀ ସାବ୍ୟସ୍ତ୍ୟ ହୋଇନାହିଁ ।ତେବେ ଓକିଲ କହିଛନ୍ତି କାଦରୀ ଏହି ଲୋନ ପାଇଁ ତିନିଟି ବ୍ୟାଙ୍କରେ ମିଛ କଂପାନୀ ନାମରେ କାଗଜପତ୍ର ଜମା କରିଥିଲେ ଯାହାର କୌଣସି ଅସ୍ଥିତ୍ୱ ହିଁ ନାହିଁ । ଏମିତିକି ସେ ଯେଉଁ ବ୍ୟାଙ୍କ କାଗଜ ପତ୍ର ଏମିତିକି ଟ୍ୟାକ୍ସ ପାଇଁ ଯେଉଁ କାଗଜପତ୍ର ଦେଇଥିଲା ତାହା ମଧ୍ୟ ନକଲି ଥିଲା ।

ସମ୍ବାଦ ସରବରାହ ସଂସ୍ଥା ଏପି ର ରିପୋର୍ଟ ଅନୁସାରେ କାଦରୀ ଅନ୍ୟ ଜଣକ ନାମ ଏବଂ ଦସ୍ତଖତ ବ୍ୟବହାର କରି ସେଥି ମଧ୍ୟରୁ ଏକ ଲୋନ ଆବେଦନ କରିଥିଲା । ସେ ଏହାଦ୍ୱାରା ୫ମିଲିୟନ ଡଲାର ଲୋନ ଆଣିଥିଲା ଯାହାକୁ ସେ ଛୁଟି କାଟିବା ଏବଂ ଦାମୀ ଗାଡ଼ି କିଣିବା ଏବଂ ଅନ୍ୟନ୍ୟା ଉପାୟରେ ଖର୍ଚ୍ଚ କରିଥିଲା ।
ତେବେ କର୍ତ୍ତୃପକ୍ଷ ତାଙ୍କର ଦାମୀ କାରଗୁଡ଼ିକୁ ଜବତ କରିବା ସହ ବ୍ୟାଙ୍କରେ ଥିବା ବାକି ୨ ମିଲିୟନ ଡଲାରକୁ ସିଜ କରିଛନ୍ତି । ଏହା ସହ ୧ ଲକ୍ଷ ଡଲାରର ବଣ୍ଡ ବଦଳରେ ତାଙ୍କୁ ଜାମିନ ମଧ୍ୟ ମିଳିଛି । ଲସଆଞ୍ଜେଲସ ଟାଇମ୍ସ ଅନୁଯାୟୀ, କାଦିରୀଙ୍କର ଏହା ଗୋଟିଏ ମାମଲା ନୁହେଁ, କାଲିଫର୍ଣ୍ଣିଆର ଅଧିକାରୀମାନେ କହିଛନ୍ତି ଯେ ଅତି କମରେ ୧୧ ବିଲିୟନ ଡଲାର ଜାଲିଆତି କରାଯାଇଛି।

Get real time updates directly on you device, subscribe now.