fbpx

ମହିଳାଙ୍କୁ ଡାହାଣୀ କହି ପିନ୍ଧା ଲୁଗା ଚିରିବା ପରେ ଦୁର୍ବୃତ୍ତ ଘଟାଇଲେ ଏହି କାଣ୍ଡ, ପୀଡ଼ିତା ସାହସ ବାନ୍ଧି ସାମ୍ନାକୁ ଆଣିଲେ ସତ

AAKASH

ରାଞ୍ଚି: ଝାଡ଼ଖଣ୍ଡର ଗରୱା ଜିଲ୍ଲାର ଭବନଥପୁର ପୋଲିସ ଷ୍ଟେସନ ଅନ୍ତର୍ଗତ ଅଦୌରା ଗ୍ରାମରେ ଏକ ଲଜ୍ଜାଜନକ ଘଟଣା ଘଟିଯାଇଛି । ସେହି ଗାଁର ଜଣେ ମହିଳାଙ୍କୁ ଡାହାଣୀ କୁହାଯାଇ ତାଙ୍କ ଦୁର୍ବ୍ୟବହାର କରାଯାଇଛି। ଘଟଣାରେ ମହିଳାଙ୍କୁ ଆକ୍ରମଣରୁ ବଞ୍ଚାଇବାକୁ ଚେଷ୍ଟା କରିବା ସମୟରେ ତାଙ୍କ ସ୍ୱାମୀ ଏବଂ ଦୁଇ ଝିଅ ମଧ୍ୟ ଏହି ଆକ୍ରମଣରେ ଆହତ ହୋଇଥିଲେ।

ଆକ୍ରମଣକାରୀଙ୍କ ଭୟ ହେତୁ ପୀଡିତା ଏବଂ ପରିବାର ଦୁଇ ଦିନ ଧରି ନିଜ ଘରେ ବନ୍ଦୀ ହୋଇ ରହିଥିଲେ। କିନ୍ତୁ କିଛି ଲୋକ ତାଙ୍କୁ ଏହି ଘଟଣାରେ ସାହସ ଏବଂ ପୋଲିସ ନିକଟକୁ ଯାଇ ସବୁ କଥା ଜଣାଇବାକୁ ପରାମର୍ଶ ଦେବା ପରେ, ପୀଡ଼ିତା ପୋଲିସକୁ ଘଟଣା ବିଷୟରେ ଜଣାଇଥିଲେ। ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଗାଁର ନିର୍ବାଚିତ ୱାର୍ଡ ସଦସ୍ୟ ଅମରନାଥ ଓରାଓନ୍ ମହିଳାଙ୍କ ଉପରେ ଲଜ୍ଜାଜନକ ଅତ୍ୟାଚାରର କାଣ୍ଡ ଘଟାଇବାରେ ନେତୃତ୍ୱ ନେଉଥିଲେ।ଏଫ୍ଆଇଆର୍ ପଞ୍ଜୀକୃତ ହେବା ପରେ ପୋଲିସ ଅଭିଯୁକ୍ତ ୱାର୍ଡ ସଦସ୍ୟଙ୍କ ସମେତ ଦୁଇ ଜଣଙ୍କୁ ଗିରଫ କରିଥିଲା। ଏହି ମାମଲାରେ ମୋଟ ୧୧ ଜଣଙ୍କ ନାମରେ ଏଫଆଇଆର ଦିଆଯାଇଛି। ଅନ୍ୟ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଚଢ଼ାଉ ଜାରି ରହିଛି। କୁହାଯାଇଛି ଯେ ସେପ୍ଟେମ୍ବର ୫ ତାରିଖ ରାତି ୯ଟା ସମୟରେ ଗାଁର ବାସିନ୍ଦା ଅମରନାଥ ଓରାଓନଙ୍କ ସମେତ ୧୧ ଜଣ ଲୋକ ପୀଡିତାଙ୍କ ଘରେ ପ୍ରବେଶ କରି ମହିଳା ଡାହାଣୀ ବୋଲି ଆରୋପ ଲଗାଇବା ସହ ବାଡ଼ିରେ ପିଟିବା ଆରମ୍ଭ କରିଥିଲେ।

ଘଟଣାରେ ମହିଳାଙ୍କୁ ମାଡ଼ ମରାଯିବା ସହିତ ତାଙ୍କ ପିନ୍ଧା ଲୁଗା ଚିରି ଦିଆଯାଇଥିଲା। ପୀଡ଼ିତାଙ୍କୁ ନିବସ୍ତ୍ର କରି ଅମାନବୀୟ ଭାବେ ମାଡ଼ ମାରୁଥିବା ସମୟରେ ତାଙ୍କୁ ରକ୍ଷା କରିବାକୁ ଆସିଥିବା ତାଙ୍କ ସ୍ୱାମୀ ଏବଂ ଦୁଇ ଝିଅ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ | ତେବେ ପୀଡ଼ିତା ମହିଳା ଜଣଙ୍କ ଯେକୌଣସି ପ୍ରକାରେ ଘଟଣା ସ୍ଥଳରୁ ପଳାଇ ନିଜ ଜୀବନ ରକ୍ଷା କରିଥିଲେ। ଆକ୍ରମଣ ଘଟଣାରେ ମହିଳାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି |ମହିଳାଙ୍କ କହିବାନୁସାରେ, ଗ୍ରାମ ପଞ୍ଚାୟତରେ ଏହି ମାମଲାକୁ ରଫାଦଫା କରିବାକୁ ଉଦ୍ୟମ କରାଯାଇଥିଲା। ଏବଂ ଘଟଣାରେ ସେ ପୋଲିସ ନିକଟରେ ଅଭିଯୋଗ କରିବେ ନାହିଁ ବୋଲି ପଞ୍ଚାୟତ ପକ୍ଷରୁ କୁହାଯାଇଥିଲା।କିନ୍ତୁ ଚାରି ଦିନ ପରେ ମହିଳା ଜଣଙ୍କ ସାହସ ବାନ୍ଧି ପୋଲିସ ନିକଟରେ ଘଟଣା ବିଷୟରେ ଅଭିଯୋଗ କରିଥିଲେ | ଯାହାପରେ ଘଟଣା ସାମ୍ନାକୁ ଆସିଥିଲା ଏବଂ ଘଟଣାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା |

Get real time updates directly on you device, subscribe now.