fbpx
BSKY
BJD MC SKY
BJD YOUTH SKY

Dengueକୁ ଅଣଦେଖା କରନ୍ତୁନି: ରୋଗୀ ସୁସ୍ଥ ହେବା ପରେ ମଧ୍ୟ ଇମ୍ୟୁନିଟି ହ୍ରାସ ପାଉଛି, କିଡନୀ ସମସ୍ୟା ସୃଷ୍ଟି କରୁଛି

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଡେଙ୍ଗୁକୁ ନେଇ ପ୍ରଶାସନର ଚିନ୍ତା ବଢ଼ିଯାଇଛି । ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀ ସହିତ ଓଡ଼ିଶାରେ ମଧ୍ୟ ଡେଙ୍ଗୁ ପ୍ରବଳ ଉତ୍ପାତ କଲାଣି । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ସରକାର ଘରକୁ ଘର ବୁଲି ସର୍ଭେ ଆରମ୍ଭ କରିଦେଇଛନ୍ତି । ଏକ ମାସ ପୂର୍ବରୁ ଓଡ଼ିଶାରେ ଡେଙ୍ଗୁ ସଂଖ୍ୟା ୧୧ ଶହ ଟପିଥିଲା । ଖୋର୍ଦ୍ଧାରୁ ସବୁଠାରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ ।

ତେବେ ସାଧାରଣ ଭାବେ ଅଧିକାଂଶ ଲୋକ ଡେଙ୍ଗୁକୁ ନେଇ ସେତେଟା ସିରିୟସ୍ ନଥାନ୍ତି । ମାତ୍ର ଏହା ଆମର ବୋକାମି । ଡେଙ୍ଗୁ କାରଣରୁ ପ୍ଲେଟଲେଟ ହ୍ରାସ ପାଇବା ସହ କିଡନୀରେ ଗଡ଼ବଡ଼ି ଦେଖାଦେଇଥାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରୋଗୀ ସୁସ୍ଥ ହେବା ପରେ ଏହା ଇମ୍ୟୁନିଟିକୁ ହ୍ରାସ କରିବା ସହ ବିଭିନ୍ନ ପ୍ରକାର ରୋଗର କାରଣ ସାଜିଥାଏ । ଏଥିରେ ଉଭୟ ଶିଶୁ ଓ ବୟସ୍କ ପ୍ରଭାବିତ ହୋଇଥାନ୍ତି ।

ଏନେଇ ଜଣେ ବିଶେଷଜ୍ଞ କହିଛନ୍ତି, ଯେଉଁମାନଙ୍କୁ ଡେଙ୍ଗୁ ଗମ୍ଭୀର ଭାବେ ସଂକ୍ରମିତ କରେ, ସେମାନଙ୍କଠାରେ ଖରାପ ରୋଗ ପ୍ରତିରୋଧକ କ୍ଷମତା ହ୍ରାସ ହେବା ଏକ ସାଧାରଣ ଲକ୍ଷଣ । ଏପରି ସ୍ଥିତିରେ ସେମାନଙ୍କଠାରେ ବହୁତ ଥକ୍କାପଣ ଓ ଦୁର୍ବଳତା ଦେଖାଦେଇଥାଏ । ଏପରିକି ପୀଡ଼ିତ ବ୍ୟକ୍ତି ନିଜର ଘର ଆଖାପାଖରେ ବୁଲିବାରେ ମଧ୍ୟ କଷ୍ଟ ଅନୁଭବ କରିଥାଏ । ଏଥିସହ ଡେଙ୍ଗୁ କାରଣରୁ ଆସୁଥିବା ବୁଖାର ଶରୀରର ରୋଗପ୍ରତିରୋଧକ କ୍ଷମତାକୁ ଅନେକ ସପ୍ତାହ ପର୍ଯ୍ୟନ୍ତ ବିଗାଡ଼ି ଦେଇପାରେ । ଯାହାଦ୍ୱାରା କି ସଂକ୍ରମିତ ବ୍ୟକ୍ତିଠାରେ ଅନ୍ୟ ରୋଗ ସଂକ୍ରମଣ ଆଶଙ୍କା ବୃଦ୍ଧି ପାଇଥାଏ ।

Get real time updates directly on you device, subscribe now.