fbpx

ବ୍ୟବସାୟୀଙ୍କ ଘରେ ଟଙ୍କାର ପାହାଡ଼: ୭ କୋଟି ଜବତ କଲାଣି ଇଡି, ଚାଲିଛି ସର୍ଚ୍ଚ ଅପରେସନ

କୋଲକାତାର ଗାର୍ଡେନରୀଚ ଅଞ୍ଚଳରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶନିବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ କରିଛନ୍ତି । ସୂଚନା ଅନୂଯାୟୀ ଏଠାରେ ଜଣେ ବ୍ୟବସାୟୀଙ୍କ ଘରେ ଇଡି ରେଡ୍ କରିଛି । ଏହି ସମୟରେ ୭ କୋଟି ଟଙ୍କା ନଗଦ ଜବତ ହୋଇଛି । ଏହା ସହ ନୋଟ୍ ଗଣିବା ପାଇଁ ୮ଟି ମେସିନର ବ୍ୟବହାର କରାଯାଇଛି । ଇଡି ଟିମ୍ କୋଲକାତାରେ ୬ ସ୍ଥାନରେ ରେଡ୍ କରିଛି ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୋବାଇଲ ଗେମିଙ୍ଗ୍ ଆପ୍ଲିକେସନ ସହ ସମ୍ବନ୍ଧିତ ମନି ଲଣ୍ଡ୍ରିଂ କେସ୍ ରେ ଶନିବାର କୋଲକାତାରେ ପ୍ରାୟ ୬ ସ୍ଥାନରେ ଏକାସାଙ୍ଗରେ ରେଡ୍ ଅଭିଯାନ ଚଳାଇଥିଲା । ଅଭିଯୋଗ ହୋଇଛି ଯେ ଆମିର ଖାନ ନାମକ ଜଣେ ବ୍ୟକ୍ତି କିଛି ସମୟ ପୂର୍ବେ ଇନଗେଟସ୍ ନାମକ ଏକ ମୋବାଇଲ ଗେମିଂ ଆପ୍ଲିକେସନ ଲଞ୍ଚ କରିଥିଲେ । ଏହାକୁ ଲୋକଙ୍କୁ ଧୋକା ଦେବା ଉଦ୍ଦେଶ୍ୟରେ ଡିଜାଇନ୍ କରାଯାଇଥିଲା । ଏହାଦ୍ୱାରା ପ୍ରଥମେ ବ୍ୟବହାରୀଙ୍କ ବିଶ୍ୱାସ ଭାଜନ କରାଯାଇଥିଲା ଏବଂ ପରେ ଲୋକମାନେ ଆପ୍ ମାଧ୍ୟମରେ ବଡ଼ ମାତ୍ରାରେ ନିବେଶ କରିବା ଆରମ୍ଭ କରିଦେଇଥିଲେ ।

ଲୋକଙ୍କ ଠାରୁ ଟଙ୍କା ହଡ଼ପ କରିବା ପରେ ହଠାତ୍ ଏହି ଆପ୍ ଟଙ୍କା ୱିଡ୍ରଲ ବନ୍ଦ କରିଦେଇଥିଲା । ଏହାପରେ ଆପ୍ଲିକେସନ ପ୍ରୋଫାଇଲ ସହ ପୂରା ଡାଟା ସର୍ଭରରୁ ହଟାଯାଇଥିଲା । ଏହାପରେ ଗ୍ରାହକଙ୍କୁ ପୂରା ଖେଳ ଜଣାପଇଯାଇଥିଲା । ଆମିରଙ୍କ ବିରୋଧରେ କୋଲକାତା ପୋଲିସ୍ ଅଭିଯୋଗ ଆଧାରରେ ଆଇପିସି ଧାରା ୪୨୦, ୪୦୬, ୪୦୯, ୪୬୮, ୪୬୯, ୪୭୧, ୩୪ ଅନୂଯାୟୀ ମାମଲା ରୁଜୁ ହୋଇଥିଲା । ସର୍ଚ୍ଚ ଅପରେସନ ସମୟରେ ଇଡିର ଅଧିକାରୀ ଜାଣିବାକୁ ପାଇଥିଲେ ଯେ ଅଭିଯୁକ୍ତଙ୍କ ତରଫରୁ ଫେକ୍ ଆକାଉଣ୍ଟର ବ୍ୟବହାର କରାଯାଉଥିଲା । ଇଡି ଯାଞ୍ଚରେ ଏ ପର୍ଯ୍ୟନ୍ତ ୭ କୋଟିରୁ ଅଧିକ ଟଙ୍କା ଜବତ କରାଯାଇସାରିଛି । ଏତିକି ନୁହେଁ, ନୋଟ୍ ଗଣତି ଜାରି ରହିଛି । ଏହା ସହ ସର୍ଚ୍ଚ ଅଭିଯାନ କରାଯାଉଛି ।

Get real time updates directly on you device, subscribe now.