fbpx
BSKY SKY
BSKY SKY

ବିଛା ବିଷ ବିକ୍ରି କରି ମାସକୁ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ଏହି ଚାଷୀ

BSKY

ନୂଆଦିଲ୍ଲୀ: ବିଛା ଦେଖିବା ପରେ ଅଧିକାଂଶ ଲୋକ ଭୟଭୀତ ହୁଅନ୍ତି | ଭୟଭୀତ ହେବା ମଧ୍ୟ ସ୍ୱାଭାବିକ କଥା | ବିଛା କାମୁଡ଼ିବା ଦ୍ୱାରା ଶରୀର ମଧ୍ୟକୁ ବିଷ ଯିବା କାରଣରୁ ଆପଣ ଅନେକ ସମସ୍ୟା ଭୋଗ କରିପାରନ୍ତି | ବିଭିନ୍ନ ସ୍ଥଳରେ ବିଛା କାମୁଡ଼ିବା ଦ୍ୱାରା ଅନେକ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଛି | ଏହି କାରଣରୁ ଲୋକମାନେ ବିଛାକୁ ଘର ଭିତରେ କିମ୍ବା ବାହାରେ ଦେଖି ଡରିଥାନ୍ତି | ଏବେ କିନ୍ତୁ ସମୟ ବଦଳିବା ସହିତ ଜିନିଷ ଗୁଡ଼ିକ ମଧ୍ୟ ବଦଳୁଛି | ବର୍ତ୍ତମାନ ବିଛା ପାଳିବା ଏକ ଲାଭଜନକ କାରବାରରେ ପରିଣତ ହୋଇଛି | ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇପାରନ୍ତି, କିନ୍ତୁ ଏହା ସତ୍ୟ ଯେ ଅନେକ ଲୋକ ବିଛା ପାଳିବା ଦ୍ୱାରା ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି | ତୁର୍କୀର ଜଣେ କୃଷକ ଏହି କଥାକୁ ସତ ବୋଲି ପ୍ରମାଣିତ କରିଛନ୍ତି | ଆସନ୍ତୁ ଆମେ ଆପଣଙ୍କୁ ଏହି କୃଷକଙ୍କ ସହିତ ପରିଚିତ କରାଇବା |

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତୁର୍କୀର ଦକ୍ଷିଣ ପୂର୍ବରେ ଅବସ୍ଥିତ ସାନଲିଉର୍ଫା ଅଞ୍ଚଳରେ ମେଟିନ୍ ଓରେନଲର ନାମକ ଜଣେ ବ୍ୟକ୍ତି ଏକ ଫାର୍ମ ଚଳାନ୍ତି। ଏହି ଫାର୍ମରେ ସେ ଅନେକ ପ୍ଲାଷ୍ଟିକ୍ ବାକ୍ସରେ ହଜାର ହଜାର ବିଛାଙ୍କୁ ପାଳୁଛନ୍ତି | ଏହି ବିଛାଗୁଡ଼ିକୁ ସଠିକ ଭାବରେ ପାଳନ ପୋଷଣ କରିବା ପରେ ସେମାନଙ୍କର ବିଷ ବାହାର କରାଯାଏ | ଏହି ବିଷ ଅନେକ ମୂଲ୍ୟବାନ ଏବଂ ଆବଶ୍ୟକୀୟ ଔଷଧ ତିଆରିରେ ବ୍ୟବହୃତ ହୁଏ | ଏହି ବିଷକୁ ପାଉଡର ଭାବରେ ବିକ୍ରି କରାଯାଏ |

  • ଫାର୍ମରେ ଅଛି ୨୦ହଜାରରୁ ଅଧିକ ବିଛା

 ଓରେନଲର କହିଛନ୍ତି ଯେ, ସେ ତାଙ୍କ ଫାର୍ମରେ ପ୍ରାୟ ୨୦ ହଜାରରୁ ଅଧିକ ବିଛା ରଖିଛନ୍ତି। ସେ ଏହି କାର୍ଯ୍ୟ ୨୦୨୦ ମସିହାରେ ଆରମ୍ଭ କରିଥିଲେ | ସେ କହିଛନ୍ତି ଯେ, ବିଛାରୁ ବିଷ ବାହାର କରାଯିବା ପରେ ଏହି ବିଷକୁ ପ୍ରଥମେ ଫ୍ରିଜ କରି ସେଥିରୁ ପାଉଡର ତିଆରି କରାଯାଏ ପରେ ଏହାକୁ ୟୁରୋପକୁ ପଠାଯାଏ। ଏକ ବିଛା ପ୍ରାୟ ୨ ମିଲିଗ୍ରାମ ବିଷ ନିର୍ଗତ କରେ ଏବଂ ଏହି ପୁରା ଫାର୍ମରୁ ଗୋଟିଏ ଦିନରେ ୨ ଗ୍ରାମ ବିଷ ବାହାରିଥାଏ |

  • ପ୍ରତି ମାସରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର 

 ଓରେନଲରଙ୍କ କହିବା ଅନୁଯାୟୀ, ୧ ଲିଟର ବିଛା ବିଷର ମୂଲ୍ୟ ୧୦ ମିଲିୟନ୍ ଡଲାର ପର୍ଯ୍ୟନ୍ତ ଯାଇପାରେ। ଅନେକ କସମେଟିକ୍ କମ୍ପାନୀ ଦାବି କରନ୍ତି ଯେ ବିଛା ବିଷରେ ବହୁତ ଉପକାରୀ ଉପାଦାନ ଥାଏ | କେତେକ କମ୍ପାନୀ ଏହାକୁ ସେମାନଙ୍କ ଉତ୍ପାଦରେ ମଧ୍ୟ ବ୍ୟବହାର କରନ୍ତି | ତେବେ ଏହି ଦାବି ପାଇଁ ଏପର୍ଯ୍ୟନ୍ତ କୌଣସି ବୈଜ୍ଞାନିକ ପ୍ରମାଣ ମିଳିନାହିଁ।

Get real time updates directly on you device, subscribe now.