fbpx

‘ନାଗିନ’ ଫେମ ପର୍ଲ ଭି ପୁରୀଙ୍କୁ ଦୁଷ୍କର୍ମ ମାମଲାରେ ଗିରଫ କଲା ମୁମ୍ବାଇ ପୁଲିସ୍

ମୁମ୍ବାଇ: ‘ନାଗିନ’ ଫେମ ପର୍ଲ ଭି ପୁରୀଙ୍କୁ ଦୁଷ୍କର୍ମ ମାମଲାରେ ଗିରଫ କରିଛି ମୁମ୍ବାଇ ପୁଲିସ୍ । ଶୁକ୍ରବାର ସନ୍ଧ୍ୟାରେ ଅଭିନେତାଙ୍କୁ ଗିରଫ କରାଯାଇଥିଲା । ପୀଡିତା ବୟାନକୁ ଆଧାର କରି ଆକ୍ସନ୍ ମୋଡକୁ ଆସିଛି ପୁଲିସ୍ । ସେହିପରି ବୟାନରେ ପୀଡିତା କହିଛନ୍ତି ଯେ ତାଙ୍କ ସହ ବାରମ୍ବାର ଦୁଷ୍କର୍ମ କରିଥିଲେ ଅଭିନେତା । ତାଙ୍କ ବିରୋଧରେ ପୋକ୍ସୋ ଅଧିନିୟମ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପର୍ଲ ବର୍ତ୍ତମାନ ପୁଲିସ୍ ହେପାଜତରେ ଅଛନ୍ତି । ତେବେ ଏହା ବ୍ୟତୀତ ଏପର୍ୟ୍ୟନ୍ତ କୌଣସି ସୂଚନା ପ୍ରକାଶ କରାଯାଇନାହିଁ ।

ପ୍ରକାଶ ଥାଉକି ଗତ ବର୍ଷ ଅକ୍ଟୋବରରେ ପର୍ଲ ପିତାଙ୍କୁ ହରାଇଥିଲେ । ସେ ୨୦୧୩ରେ ଆସିଥିବା ଟିଭି ସିରିଏଲ ‘ଦିଲ କି ନଜର ସେ ଖୁବସୁରତ’ରେ ଡେବ୍ୟୁ କରିଥିଲେ । ଏହାପରେ ତାଙ୍କୁ ‘ଫିର ଭି ନା ମାନେ ବଦତମିଜ ଦିଲ’ ସହିତ ମୁଖ୍ୟ ଅଭିନେତା ଭାବରେ ଦେଖିବାକୁ ମିଳିଥିଲା । ତେବେ ସେ ଜଣେ ଅଭିନେତା ହେବାକୁ ଚାହୁଁଥିଲେ । ତେଣୁ ସେ ଘର ଛାଡି ଦେଇଥିଲେ । ସେତେବେଳେ ତାଙ୍କ ପାଶରେ ଟଙ୍କା ଅଭାବ ଥିବାରୁ ଗୁପ୍ ଚୁପ୍ ଖାଇ ନିଜର ଭୋକ ମେଣ୍ଟାଇବାକୁ ପଡିଥିଲା । ହେଲେ ଏବେ ସେ ଟିଭି ସିରିୟଲ୍ ର ଜଣେ ଜଣାଶୁଣା ମୁହଁ । ନାଗିନ୍-୩, ବ୍ରହ୍ମରାକ୍ଷସ-୨, ବେପହ୍ନା ପ୍ୟାର୍ ଭଳି ସିରିଏଲ୍ ରେ ନଜର ଆସି ସାରିଛନ୍ତି ପର୍ଲ ।

Get real time updates directly on you device, subscribe now.