fbpx

ରାଜଧାନୀରେ ଲାଗିଲା ଅଡ-ଇଭିନ୍ ଫର୍ମୁଲା, ଜାଣନ୍ତୁ କ’ଣ କହିଲେ ମୁଖ୍ୟମନ୍ତ୍ରୀ?

ନୂଆଦିଲ୍ଲୀ: ଦେଶର ଅନେକ ସ୍ଥାନରେ ପୂର୍ବ ଅପେକ୍ଷା କମ୍ ପଜିଟିଭ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଲକଡାଉନ୍ କୋହଳ ନେଇ ରାଜଧାନୀ ଦିଲ୍ଲୀରୁ ଅଡ୍-ଇଭିନ୍ ଫର୍ମୁଲା ଲାଗୁ ହୋଇଛି । ଲକଡାଉନରେ କୋହଳ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘୋଷଣା କରିଛନ୍ତି । ବର୍ତ୍ତମାନର ଲକଡାଉନ ସୋମବାର ସରୁଥିଲେ ବି ଲକଡାଉନ ସମ୍ପୂର୍ଣ୍ଣ ଉଠିବନିି । ଲକଡାଉନ ଜାରି ରହିବ କିନ୍ତୁ କଟକଣାକୁ କୋହଳ କରାଯିବ ବୋଲି କେଜରିୱାଲ କହିଛନ୍ତି ।

ତେବେ ଦିଲ୍ଲୀରେ ବଜାର ଓ ମଲ ଆଦି ଅଡ୍-ଇଭିନ୍ ଫର୍ମୁଲାରେ ଖୋଲା ହେବ । ନମ୍ବର ଅନୁଯାୟୀ ଦିନେ ଛାଡି ଦିନେ ଦୋକାନ ଓ ମଲ୍ ଖୋଲାଯିବ । ଅଡ ଇଭିନରେ ଦିନ ୧୦ଟାରୁ ରାତି ୮ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ । ସରକାରୀ କାର୍ଯ୍ୟାଳୟରେ ଗ୍ରୁପ ଏ କ୍ୟାଡରର ଶତ ପ୍ରତିଶତ କର୍ମଚାରୀ ଉପସ୍ଥିତ ରହିବେ । ଏହାସହ ଘରୋଇ କାର୍ଯ୍ୟାଳୟଗୁଡିକ ୫୦ ପ୍ରତିଶତ କର୍ମଚାରୀଙ୍କ ଦ୍ୱାରା କାମ କରିବେ । ଏହା ସହ ଗଳି ଦୋକାନ, ଗୋଟି ଗୋଟିକିଆ ଦୋକାନ ସବୁଦିନ ଖୋଲିବ ବୋଲି ମୁଖ୍ୟମନ୍ତ୍ରୀ କେଜରିୱାଲ କହିଛନ୍ତି ।

ଏହା ସହ କେଜରିୱାଲ କହିଛନ୍ତି ଯେ, ‘ଦିଲ୍ଲୀରେ କରୋନା ସଂକ୍ରମଣ ଏବେ ନିୟନ୍ତ୍ରଣରେ ଅଛି । ସମ୍ଭାବ୍ୟ କରୋନାର ତୃତୀୟ ଲହର ପାଇଁ ଦିଲ୍ଲୀ ସରକାର ପ୍ରସ୍ତୁତ ହେଉଛନ୍ତି । ୨୫ଟି ଅକ୍ସିଜେନ୍ ଟ୍ୟାଙ୍କର କିଣାଯିବ, ୬୪ ପ୍ଲାଣ୍ଟ ସ୍ଥାପନ କରାଯିବ ।’

Get real time updates directly on you device, subscribe now.