fbpx

୨୦୨୧ ଅଲିମ୍ପିକରେ ଆଥଲେଟମାନଙ୍କୁ ଦିଆଯିବ ଏକ ଲକ୍ଷ ୬୦ ହଜାର କଣ୍ଡୋମ୍, ମାତ୍ର ବ୍ୟବହାର ନେଇ ରହିଛି ଏହିସବୁ ନିର୍ଦ୍ଦେଶ

ଟୋକିଓ: ୨୦୨୧ ଅଲିମ୍ପିକ୍ ଜାପାନର ଟୋକିଓ ସହରରେ ଆୟୋଜିତ ହେବ । ସେଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରହିଛି । କରୋନା କାଳରେ ଅଲିମ୍ପିକ୍ ପରି ବୃହତ କ୍ରୀଡ଼ା ଇଭେଣ୍ଟର ଆୟୋଜନ କରିବା ଅଲିମ୍ପିକ୍ କମିଟି ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ଅଲିମ୍ପିକ୍ ପରମ୍ପରା ଅନୁଯାୟୀ, ଏହି କ୍ରୀଡ଼ାରେ ଭାଗ ନେଉଥିବା ସମସ୍ତ ଆଥଲେଟମାନଙ୍କୁ କ୍ରୀଡ଼ାଗ୍ରାମରେ ରହିବା ସମୟରେ ମାଗଣାରେ କଣ୍ଡୋମ୍ ପ୍ରଦାନ କରାଯିବ । ତେବେ ଏହି ସଂଖ୍ୟା ୧ ଲକ୍ଷ ୬୦ ହଜାରରୁ ଅଧିକ ବୋଲି ଜଣାପଡ଼ିଛି । ମାତ୍ର ଏଥିରେ ଅନେକ ସମସ୍ୟା ରହିଛି ।

ସୂଚନା ମୁତାବକ, ଅଲିମ୍ପିକ୍ ଆୟୋଜକ କମିଟି ତରଫରୁ କ୍ରୀଡ଼ାବିତଙ୍କ କ୍ରୀଡ଼ାଗ୍ରାମରେ କଣ୍ଡୋମ ବ୍ୟବହାର ଉପରେ ରୋକ ଲଗାଯାଇଛି । କମିଟି ଘୋଷଣା କରିଛି ଯେ, କ୍ରୀଡ଼ାବିତମାନେ ଏହି କଣ୍ଡୋମକୁ ଏକ ସ୍ମାରକ ଭାବେ ନିଜ ନିଜ ଘରକୁ ନେଇ ଯାଇପାରିବେ । ନିଜ ଜନ୍ମମାଟିରେ ପାଦ ଦେବା ପରେ ଖେଳାଳିମାନେ ଏହାକୁ ବ୍ୟବହାର କରିପାରିବେ । କଣ୍ଡୋମ କାରଣରୁ କ୍ରୀଡ଼ାବିତ ଅନ୍ୟମାନଙ୍କ ସମ୍ପର୍କରେ ଆସିବାର ସମ୍ଭାବନା ରହିଛି, ଯାହାକି କରୋନା ସଂକ୍ରମଣର କାରଣ ସାଜିପାରେ । ତେଣୁ କ୍ରୀଡ଼ାବିତମାନେ କ୍ରୀଡ଼ାଗ୍ରାମରେ କଣ୍ଡୋମ ବ୍ୟବହାର ନ କରିବାକୁ ଅଲମ୍ପିକ କମିଟି ପକ୍ଷରୁ କୁହାଯାଇଥିବା ଜଣାପଡ଼ିଛି ।

ସୁରକ୍ଷିତ ଯୌନ ସମ୍ବନ୍ଧ ଓ ଏଚଆଇଭିର ସଂକ୍ରମଣ ହ୍ରାସ ଲକ୍ଷ୍ୟରେ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ପକ୍ଷରୁ ୧୯୮୮ ମସିହାରେ ପ୍ରଥମ ଥର ପାଇଁ କଣ୍ଡୋମ ପ୍ରଦାନ କରାଯାଇଥିଲା । ବ୍ରାଜିଲିର ରିଓ ଅଲିମ୍ପିକରେ ୪ ଲକ୍ଷ ୫୦ ହଜାର କଣ୍ଡୋମ ପ୍ରଦାନ କରାଯାଇଥିଲା । ୨୦୨୧ ଅଲିମ୍ପିକରେ ଭାଗ ନେଉଥିବା ୧୧ ହଜାର କ୍ରୀଡ଼ାବିତଙ୍କୁ ୧୪ଟି ଲେଖାଏଁ କଣ୍ଡୋମ ଦିଆଯିବ । ଏହି ନିୟମ ଓ ପରମ୍ପରା କୋଭିଡ-୧୯ ପୂର୍ବରୁ ଲାଗୁ କରାଯାଇଥିଲା । ଅଲମ୍ପିକ କମିଟି କଣ୍ଡୋମ କାର୍ଯ୍ୟକ୍ରମ ଘୋଷଣା କରିବା ଅବସରରେ ୩୩ ପୃଷ୍ଠା ବିଶିଷ୍ଟ ଏକ ପ୍ଲେ ବୁକ୍ ଜାରି କରିଛି । ଏଥିରେ ଆଥଲେଟମାନଙ୍କୁ ଶାରୀରିକ ସମ୍ପର୍କକୁ କମ୍ କରିବା ନିମନ୍ତେ ପ୍ରୋତ୍ସାହନ ଦିଆଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.