fbpx
BJD SKY
BJD SKY

ଆରଏସଏସ୍ ମୁଖ୍ୟ ମୋହନ ଭଗତଙ୍କ ବ୍ୟକ୍ତିଗତ ଟୁଇଟର୍ ଆକାଉଣ୍ଟରୁ ହଟିଲା ବ୍ଲୁ-ଟିକ୍

BJD

ନୂଆଦିଲ୍ଲୀ: ମାଇକ୍ରୋବ୍ଲଗିଂ ସାଇଟ୍ ଟୁଇଟର୍ ଆଜି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରମୁଖ ମୋହନ ଭଗତଙ୍କ ବ୍ୟକ୍ତିଗତ ଟୁଇଟର୍ ଆକାଉଣ୍ଟରୁ ବ୍ଲୁ-ଟିକ୍ ହଟାଇ ଦେଇଛି । ଏହା ପୂର୍ବରୁ ଦେଶର ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ ଏବଂ ଆରଏସଏସ୍ ର କିଛି ନେତାଙ୍କ ଟୁଇଟର୍ ଆକଉଣ୍ଟରୁ ବ୍ଲୁ-ଟିକ୍ ହଟାଇଦେଇଥିଲା । ହେଲେ କିଛି ସଫେଇ ସହିତ ପୁଣି ଉପରାଷ୍ଟ୍ରପତିଙ୍କ ଆକଉଣ୍ଟକୁ ବ୍ଲୁ-ଟିକ୍ ଦେଇଥିଲା ଟୁଇଟର୍ କମ୍ପାନୀ । ହେଲେ ଏବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରମୁଖ ତଥା ଆରଏସଏସ୍ ର ମୁଖ୍ୟ ମୋହନ ଭଗତଙ୍କ ବ୍ୟକ୍ତିଗତ ଟୁଇଟର୍ ଆକାଉଣ୍ଟକୁ ଅନ-ଭେରିଫାୟାଡ୍ ବା ବ୍ଲୁ-ଟିକ୍ ହଟାଇ ଦିଆଯାଇଛି ।

Get real time updates directly on you device, subscribe now.