fbpx

ୟୁଟର୍ଣ୍ଣ ମାରିଲା Twitter, ଉପରାଷ୍ଟ୍ରପତିଙ୍କ ଆକାଉଂଟ ଅନ ଭେରିଫାଏଡ କରିବା ପରେ ପୁଣି କଲା ଭେରିଫାଏଡ, ନଜର ଆସିଲା ବ୍ଲୁ ଟିକ୍

Advertisement

ନୂଆଦିଲ୍ଲୀ : ନୂତନ ଆଇଟି ନିୟମ ମାନିଥିବା କହୁଥିଲେ ମଧ୍ୟ ଟ୍ୱିଟରର ଭାରତ ସରକାରଙ୍କ ସହ ତିକ୍ତତା ଜାରି ରହିଛି । ଏହାର ଝଲକ ଦେଶର ବିଶିଷ୍ଟ ବ୍ୟକ୍ତିଙ୍କ ଟ୍ୱିଟର ଆକାଉଂଟରୁ ବ୍ଲୁ ଟିକ୍ ହଟାଇବାରେ ଦେଖିବାକୁ ମିଳିଛି । ଏହାର କିଛି ସମୟ ପୂର୍ବରୁ ଟ୍ୱିଟର ଦେଶର ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ବ୍ୟକ୍ତିଗତ ଟ୍ୱିଟର ଆକାଉଂଟରୁ ବ୍ଲୁ ଟିକ୍ ହଟାଇ ଦେଇଥିଲା । ବ୍ଲୁ ଟିକ୍ ହଟାଇବାର ଅର୍ଥ ଉପରାଷ୍ଟ୍ରପତିଙ୍କ ଟ୍ୱିଟର ଆକାଉଂଟ ଭେରିଫାଏଡ ନୁହେଁ । ହେଲେ ଏହି ମାମଲାରେ ସାମାଜିକ ଗଣମାଧ୍ୟମର ଦିଗଜ କମ୍ପାନୀ ଟ୍ୱିଟର ୟୁଟର୍ଣ୍ଣ ମାରିଛି । ଉପ ରାଷ୍ଟ୍ରପତିଙ୍କ ଟ୍ୱିଟର ଆକାଉଂଟରେ ବ୍ଲୁ ଟିକ୍ ଫେରି ଆସିଛି । ଟ୍ୱିଟର ଭେଙ୍କେୟାଙ୍‌କ ବ୍ୟକ୍ତିଗତ ଟ୍ୱିଟର ହ୍ୟାଣ୍ଡେଲରୁ ଭେରିଫାଏଡ ବ୍ଲୁ ଟିକ୍ ହଟାଇବା ପରେ ପୁଣି ଥରେ ଏହାକୁ ଲାଗୁ କରି ଦେଇଛି ।

ଗତ କିଛି ଦିନ ହେବ ନୂତନ ଆଇଟି ନିୟମକୁ ନେଇ କେନ୍ଦ୍ର ସରକାର ଓ ଟ୍ୱିଟର ମଧ୍ୟରେ ବିବାଦ ଲାଗି ରହିଛି । ଶନିବାର ଯେତେବେଳେ ଦେଶର ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ଭେରିଫାଏଡ ବ୍ଲୁ ଟିକ୍ ହଟାଇ ଦିଆଗଲା ଏହାକୁ ନେଇ ବିବାଦ ଜୋର ଧରିଥିଲା । କିନ୍ତୁ କିଛି ସମୟ ପରେ ଉପ ରାଷ୍ଟ୍ରପତିଙ୍କ ଆକାଉଂଟ ପୁନର୍ବାର ଭେରିଫାଏଡ କରି ଦିଆଯାଇଛି ।

 

ଭେଙ୍କେୟାଙ୍କ ଆକାଂଉଟ ଅନ ଭେରିଫାଏଡ ହେବା ନେଇ ଟ୍ୱିଟରରେ ଲୋକଙ୍କ ଖୁବ୍‌ ଅସନ୍ତୋଷ ଦେଖିବାକୁ ମିଳିଥିଲା । କିନ୍ତୁ ଅନେକଙ୍କ କହିବା କଥା ଆକାଉଂଟ ଆକ୍ଟିଭ୍ ନଥିବା କାରଣରୁ ଏହାକୁ ଅନ ଫେରିଫାଏଡ କରାଯାଇଥିଲା । ଉଲ୍ଲେଖଯୋଗ୍ୟ, ଭାରତ ସରକାରଙ୍କ ନୂତନ ଗାଇଡଲାଇନକୁ ନେଇ ଟ୍ୱିଟର ଏବଂ ସରକାରଙ୍କ ମଧ୍ୟରେ ନିକଟ ଦିନରେ ବିବାଦ ଜୋର ଧରିଥିଲା । ନୂତନ ଗାଇଡଲାଇନକୁ ଟ୍ୱିଟର ଏ ପର୍ଯ୍ୟନ୍ତ ସହମତି ଦେଇ ନାହିଁ । କିଛି ଦିନ ପୂର୍ବେ ଦିଲ୍ଲୀ ପୋଲିସ ଟ୍ୱିଟର ଇଣ୍ଡିଆର ଦିଲ୍ଲୀ ଏବଂ ଗୁରୁଗ୍ରାମ କାର୍ଯ୍ୟାଳୟରେ ଚଢାଉ କରିଥିଲା ।

Get real time updates directly on you device, subscribe now.