fbpx
BJD
BJD SKY
BJD SKY

ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମାଙ୍କ ପରଲୋକ

BJD

କଟକ(ଓଡିଶା ଭାସ୍କର): କଟକ ମାହାଙ୍ଗାର ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମାଙ୍କର ପରଲୋକ ଘଟିଛି । ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ତେବେ ବିକ୍ରମ କେଶରୀ ଓଡିଶା କାଜୁ ନିଗମର ଅଧ୍ୟକ୍ଷ ହୋଇଥିଲେ । ଜଣେ ଶିକ୍ଷକ ନେତା ଭାବେ ମଧ୍ୟ ସେ ବେଶ ଖ୍ୟାତି ଅର୍ଜନ କରିଥିଲେ ।

୨୫ ମଇ ୧୯୪୦ରେ ଜନ୍ମ ହୋଇଥିବା ବିକ୍ରମ କେଶରୀ ବର୍ମା ଜଣେ ଓଡ଼ିଆ ରାଜନୀତିଜ୍ଞ ହୋଇଥିବା ବେଳେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସେ ବେଶ ସକ୍ରିୟ ଥିଲେ । ବିକ୍ରମ ଓଡ଼ିଶା ବିଧାନସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୦୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ମାହାଙ୍ଗା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୩ଶ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

ଅନ୍ୟପଟେ ବିକ୍ରମ କେଶରୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା । ମାହାଙ୍ଗା ଅଞ୍ଚଳର ବିକାଶ ପାଇଁ ବିକ୍ରମ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବେ ବୋଲି ପ୍ରତାପ କହିଛନ୍ତି ।

Get real time updates directly on you device, subscribe now.