fbpx

ଅନ୍ତିମ ସଂସ୍କାର କରି ସ୍ୱାମୀ ଫେରିବା ବେଳକୁ ଘରେ ଜୀବିତ ବସିଛି ସ୍ତ୍ରୀ’

ବିଜୟୱାଡା: ଆନ୍ଧ୍ର ପ୍ରଦେଶର ବିଜୟୱାଡାରୁ ଏକ ଆଶ୍ଚର୍ଯ୍ୟ କରିବା ପରି ଘଟଣା ସାମନାକୁ ଆସିଛି । ଜଣେ ବ୍ୟକ୍ତି ନିଜ ସ୍ତ୍ରୀର ଅନ୍ତିମ ସଂସ୍କାର କରି ଘରକୁ ଫେରିବା ବେଳକୁ ଘରେ ଜୀବିତ ଅବସ୍ଥାରେ ସ୍ତ୍ରୀ’କୁ ବସିଥିବା ଦେଖିବାକୁ ପାଇଥିଲା । ଆଉ ଖୁବ୍ ରାଗି ଯାଇ କହିଥିଲା ଯେ, ମୋତେ ନେବା ପାଇଁ ହସ୍ପିଟାଲକୁ କାହିଁକି କେହି ବି ଯାଇନଥିଲେ । ଏହି ଘଟଣାକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି । ତେବେ ଏହି ଘଟଣାରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କର ଦାୟିତ୍ୱହୀନତାର ଚରମ ଚିତ୍ର ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ଉକ୍ତ ବ୍ୟକ୍ତିଙ୍କ ସ୍ତ୍ରୀ’ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ । ତେଣୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିବାରୁ ବ୍ୟକ୍ତି ଜଣକ ପ୍ରାୟ ସବୁଦିନ ତା ସ୍ତ୍ରୀକୁ ଭେଟିବାକୁ ହସ୍ପିଟାଲ ଯାଉଥିଲା । ହେଲେ ୧୫ ତାରିଖ ମେ ରେ ହସ୍ପିଟାଲରୁ ଫୋନ୍ ଯାଇଥିଲା ଯେ, ତାଙ୍କ ସ୍ତ୍ରୀ’ଙ୍କ ଦେହାନ୍ତ ହୋଇଯାଇଛି । ତେଣୁ ସ୍ତ୍ରୀ’ଙ୍କ ମୃତ ଶରୀର ଆପଣଙ୍କୁ ପ୍ୟାକ୍ କରି ଦିଆଯିବ । ମୃତ ଦେହକୁ ଛୁଇଁବା ପୂର୍ବରୁ ମାସ୍କ, ଗ୍ଲୋବସ୍ ଏବଂ ପିପିଇ କିଟ୍ ପିନ୍ଧି ଧରିବାକୁ କୁହାଯାଇଥିଲା ।

ତେଣୁ ଉକ୍ତ ବ୍ୟକ୍ତି ଜଣକ ଅନ୍ତି ସଂସ୍କାର ପାଇଁ ସ୍ତ୍ରୀର ମୃତ ଶରୀରକୁ ନିଜର ପୈତୃକ ଘରକୁ ନେଇଯାଇଥିଲା । ଏହା ଭିତରେ ଖବର ଆସିଥିଲା ଯେ, ତାଙ୍କ ପୁଅର ମଧ୍ୟ ମୃତ୍ୟୁ ହୋଇଯାଇଛି । ଏହାପରେ ଘରେ ଶୋକର ଛାୟା ଖେଳିଯାଇଥିଲା । ତେଣୁ ସେ ଠିକ୍ କଲେ ଯେ, ମା ଏବଂ ପୁଅ ଦୁହିଁଙ୍କର ଅନ୍ତିମ ସଂସ୍କାର ଏକାସାଙ୍ଗରେ କରାଯିବ । ହେଲେ ସବୁ କାମ ସାରି ଘରକୁ ବ୍ୟକ୍ତି ଜଣକ ଫେରିବା ବେଳକୁ ଦେଖିଲା ଯେ, ତାଙ୍କ ସ୍ତ୍ରୀ’ ଜୀବିତ ଅଛି । ଆଉ କେହି ହସ୍ପିଟାଲକୁ ତାଙ୍କୁ ଆଣିବାକୁ ଯାଇନଥିବାରୁ ତାଙ୍କୁ ଟଙ୍କାଧାର କରି ଟ୍ୟାକ୍ସି କରି ଘରକୁ ଫେରିବାକୁ ପଡିଥିଲା ବୋଲି ରାଗରେ କହିଥିଲା ପତ୍ନୀ । ତେବେ ମହିଳାଙ୍କ ବୟସ ୭୫ ବର୍ଷ ହେବ ବୋଲି ଜଣାପଡିଛି ।

Get real time updates directly on you device, subscribe now.