fbpx

ଅଭିନେତା ସାଇ ଧରମ ତେଜ ସଡ଼କ ଦୁର୍ଘଟଣାରେ ଗୁରୁତର, ଏବେ ସୁଧୁରୁଛି ସ୍ଥିତି

ହାଇଦ୍ରାବାଦ: ଶୁକ୍ରବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣାରେ ତେଲୁଗୁ ଚଳଚ୍ଚିତ୍ରର ଅଭିନେତା ସାଇ ଧରମ ତେଜ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ଖବର ମୁତାବକ, ସେ ଏକ ସ୍ପୋର୍ଟସ ବାଇକ୍ ଚଳାଉଥିବା ବେଳେ କାଦୁଅରେ ଖସିପଡିଥିଲେ । ଏହି ଘଟଣା ହାଇଦ୍ରାବାଦର ଦୁର୍ମମଚେରୁଭୁ କେବଲ ବ୍ରିଜ ନିକଟରେ ଘଟିଥିଲା । ଦୁର୍ଘଟଣାରେ ସାଇ ଗୁରୁତର ଆହତ ହେବା ସହ ବେହୋସ୍ ହୋଇଥିଲେ । ୩୪ ବର୍ଷୀୟ ସାଇଙ୍କୁ ତୁରନ୍ତ ସ୍ଥାନୀୟ ଏକ ମେଡିକାଲକୁ ନିଆଯାଇଥିଲା, ଯେଉଁଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଟିକେ ସୁଧାର ଆସିଛି ।

ତେବେ ସୁପରଷ୍ଟାର ଚିରଞ୍ଜୀବୀଙ୍କ ଭଣଜା ସାଇ ଧରମ ତେଜଙ୍କ ଟିମ୍ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ‘ସାଇ ଧରମ ତେଜ ଠିକ୍ ଅଛନ୍ତି ଓ ସୁସ୍ଥ ହେବାରେ ଲାଗିଛନ୍ତି । । ଚିନ୍ତା କରିବାର କିଛି ନାହିଁ । ସେ ଡାକ୍ତରଖାନାର ତତ୍ତ୍ୱାବଧାନରେ ଅଛନ୍ତି । ତାଙ୍କ ଅବସ୍ଥା ସ୍ଥିର ହେବା ମାତ୍ରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଆପୋଲୋ ହସ୍ପିଟାଲକୁ ନିଆଯିବ ।’

ପୋଲିସ ଏ ବିଷୟରେ କହିଛି ଯେ ‘ସାଇ ଧରମ ତେଜ ହେଲମେଟ ପିନ୍ଧିଥିଲେ ଓ ସେ ମଦ୍ୟପାନ କରିନଥିଲେ । ତାଙ୍କ ବାଇକ୍ ରାସ୍ତାରେ କାଦୁଅରେ ଖସିପଡିଥିଲା । ସେ ବର୍ତ୍ତମାନ ବିପଦରୁ ବାହାରିଛନ୍ତି ଓ ତାଙ୍କର ଚିକିତ୍ସା ଚାଲିଛି ।’

Get real time updates directly on you device, subscribe now.