fbpx

ରାଜ୍ୟରେ ଧୀରେଧୀରେ ବଢୁଛି ଥଣ୍ଡା: ୧୫ ଡିଗ୍ରୀ ତଳେ ୨୪ଟି ସହରର ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଥଣ୍ଡା ଧୀରେଧୀରେ ବଢ଼ିବାରେ ଲାଗିଛି । ୨୪ଟି ସହରରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିବା ରେକର୍ଡ କରାଯାଇଛି । କେନ୍ଦୁଝର ୯ ଦଶମିକ ୬ ଡିଗ୍ରୀ ସେଲ୍‍ସିୟସ ସହସବୁଠାରୁ ଥଣ୍ଡା ସହର ଭାବେ ପରିଗଣିତ ହୋଇଛି । ଫୁଲବାଣୀ ଓ ଦାରିଙ୍ଗୱାଡୀରେ ୧୦, କୋରାପୁଟରେ ୧୦ ଦଶମିକ ୮, କଟକ ୧୪ ଦଶମିକ ୮ ଏବଂ ଭୁବନେଶ୍ୱର ତାପମାତ୍ର ୧୫ ଡିଗ୍ରୀ ସେଲସିୟସ୍‍ ରେକର୍ଡ କରାଯାଇଛି । କେତେକ ସ୍ଥାନରେ ଘନକୁହୁଡି ପରିଲକ୍ଷିତ ହେଲାଣି ।

ଭୋର ସମୟରେ ଚାରିଆଡେ ଲାଗି ରହୁଛି ଘନ କୁହୁଡି । ପ୍ରବଳ ଶୀତ ଯୋଗୁଁ ଲୋକେ ସ୍ଥାନେ ସ୍ଥାନେ ନିଆଁ ଲଗାଇ ଉପଶମ ଲାଭ କରୁଥିବା ଦେଖିବାକୁ ମିଳିଛି । ଆଉ ଶୀତ ବଢିବା ସହ ପାର୍କ ଓ ରାସ୍ତା କଡ ଗୁଡିକରେ ଲୋକେ ପ୍ରାତଃ ଭ୍ରମଣ କରୁଛନ୍ତି । ସକାଳୁ ସକାଳୁ ଚା’ ଦୋକାନରେ ଭିଡ ଜମୁଛି । ଗରମ ଚା’ ପିଇ ଶୀତର ମଜା ନେଉଛନ୍ତି ଲୋକେ । ତେବେ ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ଓ କନ୍ଧମାଳର ଜି. ଉଦୟଗିରି ଅଞ୍ଚଳରେ ଗତକାଲି ଠାରୁ ପ୍ରବଳ ଶୀତ ଲାଗି ରହିଛି ।

Get real time updates directly on you device, subscribe now.