fbpx

ଗ୍ରୀଷ୍ମ ପ୍ରବାହ : ୧୧ଜିଲ୍ଲାରେ ବର୍ଷିବ ନିଆଁ !

ନୂଆଦିଲ୍ଲୀ, ୨୫ା୫: ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଗ୍ରୀଷ୍ମ ପ୍ରବାହ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି ହୋଇଛି । ରାଜ୍ୟର ୧୧ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ସତର୍କତା ଜାରି ହୋଇଛି । ୧୧ଜିଲ୍ଲାଗୁଡ଼ିକ ହେଉଛି ସୋନପୁର, ବୈାଦ୍ଧ, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ମାଲକାନଗିରି , କଳାହାଣ୍ଡି, ଅନୁଗୁଳ । ଏହି ସବୁ ଜିଲ୍ଲାଗୁଡ଼ିକରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ସତର୍କତା ଜାରି ହୋଇଛି । ଛୋଟ ପିଲା, ଅସୁସ୍ଥ, ବୟସ୍କ ବ୍ୟକ୍ତି ଖରାରୁ ଦୂରେଇ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.