fbpx

ରାଜ୍ୟରେ କମୁଛି ତାପମାତ୍ରା, ୧୫ ଡିଗ୍ରୀ ତଳେ ୮ ସହର

ଭୁବନେଶ୍ୱର,୨୩ ।୧୧(ଓଡିଶା ଭାସ୍କର): ରାଜ୍ୟରେ ଶୀତ ଲହରି ଜାରି ରହିଛି । ଦିନକୁ ଦିନ ଖସୁଛି ପାରଦ, ଫଳରେ ବଢୁଛି ଥଣ୍ଡାର ପ୍ରକୋପ । ୧୧.୨ ଡିଗ୍ରୀ ସହ ରାଜ୍ୟର ସବୁଠୁ ଥଣ୍ଡା ସହର ହୋଇଛି ସୋନପୁର । ରାଜ୍ୟର ୮ଟି ସହରର ତାପମାତ୍ରା ୧୫ଡିଗ୍ରୀ ତଳେ ରହିଛି । ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ତାପମାତ୍ରା ୧୨.୫ ଡିଗ୍ରୀ ସେଲସିଅସ୍‌ ରହିଛି । ସେହିପରି ଝାରସୁଗୁଡ଼ା ୧୨.୬, ବାରିପଦା ଓ ଭବାନୀପାଟଣାରେ ୧୩.୨ ଡିଗ୍ରୀ, କେନ୍ଦୁଝର ୧୩.୪ ଓ ଅନୁଗୁଳରେ ତାପମାତ୍ରା ୧୩.୬ ଡିଗ୍ରୀ ସେଲସିଅସ୍ ତାପମାତ୍ରା ରହିଛି । ଏହା ସହ କଟକରେ ତାପମାତ୍ରା ୧୬.୦ ଓ ଭୁବନେଶ୍ବରରେ ୧୮.୧ ଡିଗ୍ରୀ ସେଲସିଅସ୍‌ ତାପମାତ୍ରା ରହିଛି ।

Get real time updates directly on you device, subscribe now.