(Video) ଆଳୁ ପାଇଁ ବଢୁଛି Tension… ପୁଣି ବଢିଲା ରେଟ୍, ଆଳୁ ଟ୍ରକ୍ ଅଟକାଇ ଦିଦିଙ୍କ ନାଲି ଆଖି!

ଓଡ଼ିଶା ଭାସ୍କର: ପୁଣିଥରେ ଆଳୁକୁ ନେଇ ଚିନ୍ତାରେ ସାରା ଓଡ଼ିଶା । ଓଡ଼ିଶାରେ ପୁଣି ଦେକିବାକୁ ମିଳିଛି ଆଳୁର ମହଙ୍ଗା ମାଡ଼ । ଓଡିଶାକୁ ଆସୁଥିବା ବେଳେ ମଝି ରାସ୍ତା ଶହ ଶହ ଆଳୁ ଟ୍ରକକୁ ଅଟକାଇ ଦିଦି ଦେଖାଇଲେ ନାଲି ଆଖି । ତେବେ ୩ ଦିନ ହେଲା ଓଡିଶାରେ ଆଳୁ ସଙ୍କଟ ଦେଖିବାକୁ ମିଳିଲାଣି । ଫଳରେ ଓଡିଶାରେ ବଢ଼ିଗଲା ଆଳୁ ଦର । ଏଥର ଆଳୁ କିଲେ ୫୦ ଟଙ୍କାରେ ପହଞ୍ଚ ୩ ଦିନ ଭିତରେ ଆଳୁ କିଲୋ ୫୦ ଟଙ୍କା ଛୁଇଁବା ପରେ ଗ୍ରାହକଙ୍କ ମୁଣ୍ଡରେ ପଡିଲାଣି ଚଡକ । କୋଲକାତା ରେ ଆଳୁ ଦର ଉଚ୍ଚା କାରଣରୁ ଓଡିଶା ଆସିଲା କାଁ ଭାଁ ଆଳୁ ଟ୍ରକ । ଯାହା ଫଳରେ ସାଧାରଣ ଲୋକଟିଏ ଆଳୁ କିଣି ଖାଇବାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି । ଗୋଟିଏ ପଟେ ଦୁଇ ରାଜ୍ୟ ମଧ୍ୟରେ ଏହି ଦୃଶ୍ୟ ଦ୍ୱିତୀୟ ଥର ଘଟିଥିବାରୁ ବର୍ତ୍ତମାନ ଚିନ୍ତାରେ ଉଭୟ ଖାଉଟି ଓ ବ୍ୟବସାୟୀ ।

ପଶ୍ଚିମବଙ୍ଗ ସରକାର ଆଳୁ ଗାଡି ଅଟକାଇବା ପରେ ଓଡିଶା ବଜାରରୁ ଆଳୁ ଉଭାନ ହେବାରେ ଲାଗିଛି । ଗତକାଲି ଥିଲା ୩୦ରୁ ୩୫ ଟଙ୍କାରେ ଆଳୁ ବିକ୍ରି ହେଉଥିବା ବେଳେ ଆଜି ଖୁଚୁରା ବ୍ୟବସାୟୀ ୪୦ ଟଙ୍କାରେ ଆଳୁ ବିକ୍ରି କରୁଛନ୍ତି । ଯାହାକୁ ନେଇ ଏବେ ଖାଉଟି ଚିନ୍ତାରେ ପଡ଼ିଛନ୍ତି । ଆଳୁ ଏପରି ଏକ ପରିବା ଯାହା ପ୍ରତିଦିନ ଆବଶ୍ୟକ । ପ୍ରତ୍ୟକ ବର୍ଗର ମଣିଷ ଆଳୁ ବିନା ରୋଷେଇ କରିବା ଅସମ୍ଭବ । ତେଣୁ ବର୍ତ୍ତମାନ ପରିସ୍ଥିତିରେ ପଶ୍ଚିମବଙ୍ଗରେ ଆଳୁ ଦର ଆକାଶ ଛୁଆଁ ରହିଥିବା ହେତୁ ଯଦି ଓଡିଶା ପ୍ରଭାବବିତ ହୁଏ ତେବେ ବଜାର ରୁ ଆଳୁ କିଣିବା କଷ୍ଟସାଧ୍ୟ ହୋଇପଡିବ ବୋଲି କହିଛନ୍ତି ଖାଉଟି ।

ସେହିପରି ବଜାରରେ ଆଳୁ ଦର ବୃଦ୍ଧି ଯୋଗୁଁ ଗ୍ରାହକ ମାନେ ମଧ୍ୟ ଆଳୁ ଦେଖିଲେ ବାଟ କଟି ପଳାଉଛନ୍ତି । ଛତ୍ର ବଜାରରେ ଆଳୁ ସଙ୍କଟ ଦେଖା ଦେଲାଣି ଯାହା ଫଳରେ ସାଧାରଣ ଲୋକେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯେଉଁଠି ପ୍ରତ୍ୟେକ ଦିନ ୧୦ ରୁ ୧୫ ଟି ଆଳୁ ଗାଡ଼ି କଟକ ଆସେ ସେଠାରେ ଆଜି ମାତ୍ର ୩ ଟି ଗାଡି ସେ ପୁଣି ଲୁଚିକି ଆସିଛି । ବିଗତ ଦିନରେ ଏହି ଅବସ୍ଥା ମଧ୍ୟ ସମ୍ନା କରିଛି ଓଡିଶା । ଯେତେବେଳେ ପଶ୍ଚିମବଙ୍ଗ ଆଳୁ ଗାଡି ବନ୍ଦ କରିଥିଲା ସେହି ସମୟରେ ଆଳୁ ଦର ଆକାଶ ଛୁଆଁ ରହିଥିଲା । ବାଧ୍ୟତାମୂଳକ ଭାବରେ ଉତ୍ତରପ୍ରଦେଶ ରୁ ଆଳୁଗାଡି ଆସିଲା ପରେ ସ୍ଥିତି ରେ ସୁଧାର ଆସିଥିଲା । ତେବେ ଏଠି ସାଧାରଣରେ ଗୋଟିଏ ପ୍ରଶ୍ନ ସମସ୍ତଙ୍କ ମନରେ ଆସୁଛି ଯଦି ପଶ୍ଚିମବଙ୍ଗ ଉପରେ କେତେ ଦିନ ଓଡ଼ିଶା ଆଳୁ ପାଇଁ ନିର୍ଭର ରହିବ?