fbpx
BJD SKY
BJD SKY

ଖେଳ ସମୟରେ ଥଣ୍ଡା ପାଣି ପିଇବାରୁ ଆସିଲା ହାର୍ଟ ଆଟାକ୍: ଶରୀରର ତାପମାତ୍ରା ଅଚାନକ ହ୍ରାସ ହେବାରୁ ଦଶମ ଶ୍ରେଣୀ ଛାତ୍ରର ମୃତ୍ୟୁ

BJD

ନୂଆଦିଲ୍ଲୀ: ବର୍ତ୍ତମାନ ଥଣ୍ଡା ସିଜିନ୍ ଚାଲିଥିବା ସମୟରେ ଏହି ସମୟରେ ଅଧିକାଂଶ ଲୋକ ଗରମ ପାଣି ପିଇବାକୁ ପସନ୍ଦ କରିଥାନ୍ତି । ତେବେ ଆପଣମାନେ ଯଦି ଏହି ସମୟରେ ଥଣ୍ଡା ପାଣି ପିଉଛନ୍ତି ତେବେ ଏହା ଆପଣଙ୍କ ପାଇଁ ବିପଦ ସାଜିପାରେ । ବିଶେଷ କରି ଖେଳାବୁଲା କରୁଥିବା ସମୟରେ ଅଚାନକ ଥଣ୍ଡା ପାଣି ସେବନରୁ ଦୂରେଇ ରହିବା ଆବଶ୍ୟକ । ଏପରି କ୍ରମେ କ୍ରିକେଟ ଖେଳିବା ସମୟରେ ଥଣ୍ଡା ପାଣି ପିଇବା କାରଣରୁ ଜଣେ ଛାତ୍ରର ଜୀବନ ଦୀପ ଲିଭିଯାଇଛି ।

ସୂଚନା ମୁତାବକ, ଉତ୍ତରପ୍ରଦେଶର ଅମ୍ରୋହାରୁ ଆସିଛି ଏଭଳି ଏକ ଦୁଃଖଦ ଘଟଣା । ଦଶମ ଶ୍ରେଣୀର ଜଣେ ଛାତ୍ର କ୍ରିକେଟ ଖେଳୁଥିବା ସମୟରେ ଥଣ୍ଡା ପାଣି ପିଇବାରୁ ଅଚାନକ ତାକୁ ହାର୍ଟ ଆଟାକ୍ ଆସିଥିଲା । ଏହାପରେ ସେ ଭୂଇଁରେ ପଡ଼ିଯାଇଥିଲା ଓ ଘଟଣାସ୍ଥଳରେ ତା’ର ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚରେ ଚାଞ୍ଚଲ୍ୟ ଖେଳିଯାଇଛି । ଛାତ୍ରଟିର ବୟସ ୧୬ ବର୍ଷ ହୋଇଥିବା ବେଳେ ଦଶମ ଶ୍ରେଣୀରେ ପଢ଼ୁଥିଲା ।

ଦ୍ୱିପ୍ରହର ସମୟର ଏହି ଅଘଟଣ ଘଟିଥିଲା । ଛାତ୍ରଟି ତା’ର ସାଙ୍ଗସାଥୀଙ୍କ ସହିତ ମନ୍ଦିର ନିକଟରେ ଥିବା ଏକ ପଡ଼ିଆରେ କ୍ରିକେଟ ଖେଳୁଥିଲା । ଏହି ସମୟରେ ତାକୁ ଶୋଷ ଲାଗିବାରୁ ସେ ପଡ଼ିଆରେ ଥିବା ଏକ ବୋତଲରୁ ଥଣ୍ଡା ପାଣି ପିଇ ଦେଇଥିଲା । ଏହାପରେ ଅଚାନକ ସେ ବେହୋସ୍ ହୋଇ ତଳେ ପଡ଼ିଯାଇଥିଲା ଓ ତା’ର ପ୍ରାଣବାୟୁ ଚାଲିଯାଇଥିଲା । ଏନେଇ ଡାକ୍ତର କହିଛନ୍ତି, ଖେଳିବା ସମୟରେ ଛାତ୍ରଟିର ଶରୀରର ତାପମାତ୍ରା ଅଧିକ ରହିଥିଲା । ସେ ସଙ୍ଗେସଙ୍ଗେ ଥଣ୍ଡା ପାଣି ପିଇବା ଫଳରେ ତା’ର ଶରୀରର ତାପମାତ୍ରାରେ ଅଚାନକ ହ୍ରାସ ଘଟିଥିଲା । ଫଳରେ ତାକୁ ହାର୍ଟ ଆଟାକ ହେବା ସହିତ ତା’ର ମୃତ୍ୟୁ ଘଟିଥିଲା । ତେଣୁ ଖେଳ, କସରତ କରିବା ସମୟରେ ସଙ୍ଗେସଙ୍ଗେ ଥଣ୍ଡା ପାଣି ପିଇବା ଅନୁଚିତ ।

Get real time updates directly on you device, subscribe now.