fbpx
BJD SKY
BJD SKY

(Video)ବିନା ପାରାଚୁୁଟ୍‌ରେ ବିମାନରୁ ଡେଇଁ ଆକାଶରେ ଭୟାନକ ଷ୍ଟଣ୍ଟ ଦେଖାଇଲେ ବ୍ୟକ୍ତି, ଦେଖନ୍ତୁ ଭିଡିଓ

BJD

ନୂଆଦିଲ୍ଲୀ: ବିନା ପାରାଚୁଟ୍‌ରେ ଆକାଶରୁ ତଳକୁ ଡେଇଁବା ଯମରାଜଙ୍କପୁ ଆମନ୍ତ୍ରଣ କରିବା ସହ ସମାନ । କିନ୍ତୁ ଜଣେ ବ୍ୟକ୍ତି ଏପରି ପାଗଳାମୀ କରିଛନ୍ତି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଜବରଦସ୍ତ ଭାଇରାଲ୍ ହେବାରେ ଲାଗିଛି ।

ଆପଣ ଏନର୍ଜି ଡ୍ରିଙ୍କର ବହୁ ବିଜ୍ଞାପନ ଦେଖିଥିବେ । ଏଥିରେ ଏପରି ଦାବୀ କରାଯାଉଥିବାର ଦେଖାଯାଏ କି ଏହି ଡ୍ରିଙ୍କ ପିଇଲେ ଆପଣ ଆଉ କୌଣସି ଜିନିଷକୁ ଡରିବେ ନାହିଁ । ଆପଣଙ୍କ ମଧ୍ୟରେ ଏତେ ଶକ୍ତି ଆସିଯିବ କି ଆପଣ ମୃତ୍ୟୁକୁ ବି ବାଜିମାତ୍ ଦେଇପାରିବେ । ଏହିସବୁ ବିଜ୍ଞାପନ ବଡ ବଡ ସେଲିବ୍ରିଟି ଶୁଟ୍ କରିଥାନ୍ତି । ଏହି ବିଜ୍ଞାପନରେ ସେଲିବ୍ରିଟିମାନେ ବିପଦଜନକ ଷ୍ଟଣ୍ଟ କରୁଥିବାର ନଜର ଆସିଥାନ୍ତି । କିନ୍ତୁ ଏହି ସମସ୍ତ ସେଲିବ୍ରିଟିଙ୍କ ସୁରକ୍ଷା ଲାଗି ସେଠାରେ ବିଭିନ୍ନ ପ୍ରକାର ଟିମ୍ ଉପସ୍ଥିତ ଥାଆନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଜଣେ ଖତରୋଁ କି ଖିଲାଡିଙ୍କ ସହ ଭେଟ କରାଇବାକୁ ଯାଉଛୁ ଯିଏ କ୍ୟାମେରା ସାମ୍ନାରେ ଭୟାନକ ଷ୍ଟଣ୍ଟ କରୁଥିବାର ନଜର ଆସୁଛନ୍ତି । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଧମାଲ ମଚାଇଛି ।

ଭିଡିଓରେ ଦେଖିବାକୁ ମିଳୁଛି କି ଜଣେ ବ୍ୟକ୍ତି ଆକାଶରେ ଉଡୁଥିବା ବିମାନରୁ ବିନା ପାରାଚୁଟ୍‌ରେ ହିଁ ଡେଉଁଛନ୍ତି । ବ୍ୟକ୍ତି ଜଣକ କୌଣସି ପ୍ରକାର ସୁରକ୍ଷା ବ୍ୟବସ୍ଥା ବି ଗ୍ରହଣ କରିନାହାନ୍ତି । ସେ କେବଳ ଏକ ଲାଲ ବକ୍ସର ଓ ଚଷମା ପିନ୍ଧିଛନ୍ତି । ବ୍ୟକ୍ତିି ଜଣକ ବିମାନରୁ ଡେଇଁବା ପରେ ଆକାଶରେ ସ୍କାଇ ଡାଇଭିଂର ଭୟାନକ ଷ୍ଟଣ୍ଟ କରୁଥିବାର ଦେଖିବାକୁ ମିଳୁଛି । ଏହି ବ୍ୟକ୍ତିଙ୍କ ସହ ଅନ୍ୟ ୨ ଜଣ ଲୋକଙ୍କୁ ମଧ୍ୟ ଦେଖିବାକୁ ମିଳୁଛି ଯେଉଁମାନେ ଆକାଶରେ ପାରାଚୁଟ୍ ପିନ୍ଧି ଉଡୁଛନ୍ତି । ସେମାନେ ବ୍ୟକ୍ତିଙ୍କୁ ମଝି ଆକାଶରେ ସମ୍ଭାଳି ନେଇଛନ୍ତି ଓ ସାଥିରେ ଧରି ତଳକୁ ଆଣିଛନ୍ତି । କିନ୍ତୁ ସେହି ପାରାଚୁଟ୍ ପିନ୍ଧା ବ୍ୟକ୍ତି ୨ ଜଣ ଯଦି ଠିକ୍ ସମୟରେ ପହଞ୍ଚି ନ ଥାନ୍ତେ ତେବେ ସେ ତଳେ ପଡିଯାଇଥାନ୍ତେ ଓ ତାଙ୍କର ମୃତ୍ୟୁ ହୋଇଯାଇଥାନ୍ତା ।

ଏହି ବ୍ୟକ୍ତିି ଜଣକ ହେଉଛନ୍ତି ଆମେରିକାର ଷ୍ଟଣ୍ଟ ପରଫର୍ମର ଟ୍ରାଭିସ୍ । ଟ୍ରାଭିସ୍ ୨୦୦୮ରେ ଏହି ଷ୍ଟଣ୍ଟ କରି ଦେଖାଇଥିଲେ ଯାହାର ଭିଡିଓ ଏବେ ଭାଇରାଲ୍ ହେଉଛି । ଏହି ଷ୍ଟଣ୍ଟକୁ ଏନର୍ଜି ଡ୍ରିଙ୍କ ରେଡ୍ ବୁଲ୍ ସ୍ପନସର କରିଥିଲା । ଟ୍ରାଭିସ୍ ବିନା କୌଣସି ସୁରକ୍ଷାରେ ସେହି ଦୁଇ ପାରାଚୁଟ୍ ପିନ୍ଧା ଲୋକଙ୍କ ଭରସାରେ ବିମାନରୁ ଡେଇଁଥିଲେ ।

Get real time updates directly on you device, subscribe now.