fbpx

ଜୁନ ଯାଏଁ ବୃଦ୍ଧି ହେଲା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ କାର୍ଯ୍ୟକାଳ

ଓଡ଼ିଶା ଭାସ୍କର: ବଢ଼ିଲା ଭାରତୀୟ ଜନତା ପାର୍ଟି(ବିଜେପି) ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ କାର୍ଯ୍ୟକାଳ ଅବଧି । ଆସନ୍ତା ଜୁନ ଯାଏଁ ତାଙ୍କ କାର୍ଯ୍ୟକାଳ ଅବଧିକୁ ବୃଦ୍ଧି କରାଯାଇଛି । ଏନେଇ ରବିବାର ବିଜେପି ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇ ସୂଚନା ଦିଆଯାଇଛି।

ସୂଚନା ଥାଉକି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି ନିଷ୍ପତି ନେଇ ଗତ ଜାନୁଆରୀ ମାସରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ଚାଣକ୍ୟ ଅମିତ ଶାହା ଘୋଷଣା କରିଥିଲେ। ଆଉ ଆଜି ତାଙ୍କର ଏହି ନିଷ୍ପତିକୁ ବିଜେପି ଜାତୀୟ ପରିଷଦ ମଂଜୁର କରିଛନ୍ତି। ତେବେ ଦଳର ରାଷ୍ଟ୍ରୀୟ ଅଧିବେଶନର ଦ୍ୱିତୀୟ ଦିନରେ ଏଭଳି ଏକ ଘୋଷଣା କରିଛି ବିଜେପି। ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ପକ୍ଷରୁ ଦିଲ୍ଲୀ ଠାରେ ରାଷ୍ଟ୍ରୀୟ ଅଧିବେଶନ ଜାରି ରହିଛି। ହଜାର ହଜାର କର୍ମକର୍ତ୍ତାଙ୍କ ସହ ଦଳର ସମସ୍ତ ଶୀର୍ଷ ନେତୃତ୍ୱମାନେ ଏହି ଅଧିବେଶନରେ ଯୋଗ ଦେଇଛନ୍ତି। ଆଉ ଠିକ ଏହି ସମୟରେ ବିଜେପି ଜେ.ପି ନଡ୍ଡାଙ୍କ କାର୍ୟ୍ୟକାଳ ବୃଦ୍ଧି କରିଛି।

ସୂଚନା ଯୋଗ୍ୟ, ୨୦୧୯ ମସିହାରେ ଯେତେବେଳେ ଦଳର ମୁଖ୍ୟ ଅମିତ ଶାହା କେନ୍ଦ୍ରମନ୍ତ୍ରୀ ଭାବେ ସ୍ଥାନ ପାଇଥିଲେ ସେତେବେଳେ ଜେ.ପି ନଡ୍ଡା କାର୍ଯ୍ୟକାରୀ ସଭାପତି ରହିଥିଲେ। ଏବଂ ୨୦୨୦ ମସିହାରେ ଜେ.ପି ନଡ୍ଡା ପୂର୍ଣ୍ଣ ସଭାପତିତ୍ୱ ଭାବେ ଦାୟିତ୍ୱ ତୁଲାଇଥିଲେ।

 

Get real time updates directly on you device, subscribe now.