fbpx
BJD SKY
BJD SKY

ଇତିହାସ ରଚିଲା ଭାରତ: ପ୍ରଥମ ଥର ବ୍ୟାଡମିଣ୍ଟନ ଏସିଆ ଟିମ୍ ଚାମ୍ପିୟନଶିପ୍ ଟାଇଟଲ ଜିତିଲା ମହିଳା ଟିମ୍

BJD

ନୂଆଦିଲ୍ଲୀ: ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣାକ୍ଷର ଯୋଡ଼ିଛି ଭାରତ । ପ୍ରଥମ ଥର ବ୍ୟାଡମିଣ୍ଟନ ଏସିଆ ଟିମ୍ ଚାମ୍ପିୟନଶିପ୍ ଟାଇଟଲ ଜିତିଛି ଭାରତୀୟ ମହିଳା ବ୍ୟାଡମିଣ୍ଟନ ଟିମ୍ । ବ୍ୟାଡମିଣ୍ଟନ ଏସିଆ ଟିମ୍ ଚାମ୍ପିୟନଶିପ୍ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ମହିଳା ଟିମ୍ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିବା ବେଳେ ପ୍ରଥମ ଥର ପାଇଁ ଟାଇଟଲ ବିଜେତା ହେବାର ସୌଭାଗ୍ୟ ଅର୍ଜନ କରିଛି ।

ଫାଇନାଲରେ ଭାରତୀୟ ମହିଳା ବ୍ୟାଡମିଣ୍ଟନ ଟିମ୍ ପ୍ରତିପକ୍ଷ ଥାଇଲାଣ୍ଡକୁ ୩-୨ରେ ପରାସ୍ତ କରି ପ୍ରଥମ ଥର ସ୍ୱର୍ଣ୍ଣ ପଦକ ହାସଲ କରିବାର ବିରଳ ସୌଭାଗ୍ୟ ଲାଭ କରିଥିଲା । ମାଲେସିଆର ଶାହ ଆଲମ ଠାରେ ଏହି ପ୍ରତିଯୋଗିତା ଖେଳାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ପ୍ରଥମେ ଚୀନ ବିପକ୍ଷ ବିଜୟରୁ ତା’ର ଅଭିଯାନ ଆରମ୍ଭ କରିଥିଲା । ପରବର୍ତ୍ତୀ ସମୟରେ ମହିଳା ଟିମ୍ ସେମିଫାଇନାଲରେ ଟପ-ସିଡେଡ ଜାପାନକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା । ସେମିରେ ଭାରତ ୩-୨ରେ ବିଜୟ ହାସଲ କରିଥିଲା ।

ପୂର୍ବତନ ବିଶ୍ୱ ଚାମ୍ପିୟନ ତଥା ଅଲିମ୍ପିକ୍ସ ପଦକ ବିଜେତା ପି.ଭି ସିନ୍ଧୁ, ଅଲ ଇଂଲଣ୍ଡ ସେମି ଫାଇନାଲିଷ୍ଟ ଟ୍ରେସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ଭାରତର ବିଜୟ ପାଇଁ କଡ଼ା ସଂଘର୍ଷ କରିଥିଲେ । ଏହାପୂର୍ବରୁ କୌଣସି ଭାରତୀୟ ପୁରୁଷ କିମ୍ବା ମହିଳା ଦଳ ଫାଇନାଲରେ ପ୍ରବେଶ କରିନଥିଲେ କି ଟାମ୍ପିୟନ ହୋଇନଥିଲେ ।

Get real time updates directly on you device, subscribe now.