fbpx

କାଶ୍ମୀରରେ ପୁଣି ଆତଙ୍କବାଦୀଙ୍କ ଟାର୍ଗେଟରେ ହିନ୍ଦୁ କର୍ମଚାରୀ: ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳିକରି ହତ୍ୟା

ଜମ୍ମୁ-କାଶ୍ମୀରରେ ଟାର୍ଗେଟ କିଲିଂ ମାମଲା ଥମିବାର ନିଁ ନେଉନାହିଁ । ଆତଙ୍କବାଦୀମାନେ ଲଗାତାର ହିନ୍ଦୁଙ୍କ ଉପରେ ଆକ୍ରମଣ କରୁଛନ୍ତି । ଏହାରି ମଧ୍ୟରେ ଗୁରୁବାର ଆତଙ୍କବାଦୀମାନେ କୁଲଗାମରେ ଜଣେ ବ୍ୟାଙ୍କ ମ୍ୟାନେରଙ୍କ ଉପରକୁ ଗୁଳି ଚଳାଇ ହତ୍ୟା କରିଛନ୍ତି  । କୁହାଯାଉଛି ଯେ ବ୍ୟାଙ୍କ ମ୍ୟାନେଜର ବିଜୟ କୁମାର ରାଜସ୍ଥାନର ହନୁମାନଗଡ଼ର । ସେ କୁଲକଗାମର ମୋହନପୋରାରେ ବ୍ୟାଙ୍କରେ ନିୟୋଜିତ ଥିଲେ । ଏହା ପୂର୍ବରୁ ଆତଙ୍କବାଦୀମାନେ କୁଲଗାମରେ ଜଣେ ମହିଳା ଶିକ୍ଷକଙ୍କୁ ଗୁଳିକରି ହତ୍ୟା କରିଥିଲେ ।

ଘାଟୀରେ ଲଗାତାର ହିନ୍ଦୁ ନାଗରିକ ଏବଂ ସରକାର କର୍ମଚାରୀଙ୍କୁ ଟାର୍ଗେଟ କରାଯାଉଛି । ଯାହାକୁ ନେଇ କାଶ୍ମୀରୀ ପଣ୍ଡିତ ରାହୁଲ ଭଟ୍ଟ ଏବଂ କୁଲଗାମରେ ମହିଳା ଶିକ୍ଷକଙ୍କ ହତ୍ୟାର ତୀବ୍ର ବିରୋଧ ମଧ୍ୟ କରାଯାଇଥିଲା । କାଶ୍ମୀରୀ ପଣ୍ଡିତ ଦାବି କରିଥିଲେ ଯେ ପ୍ରବାସୀ ସରକାରୀ କର୍ମଚାରୀଙ୍କୁ ସୁରକ୍ଷିତ ସ୍ଥାନରେ ନିୟୋଜିତ କରାଯାଉ ।

 

Get real time updates directly on you device, subscribe now.