fbpx

ଶ୍ରୀନଗରରେ ଆତଙ୍କୀ ଆକ୍ରମଣ: ଭିଡିଓ ଜାରି କରି ମେସେଜ ଦେଲା ISIS

Advertisement

ଶ୍ରୀନଗର: ଜମ୍ମୁ କଶ୍ମୀରର ବ୍ୟସ୍ତବହୁଳ ସହର ଲାଲ ବଜାରରେ ସୁରକ୍ଷାକର୍ମୀଙ୍କୁ ହଠାତ ହୋଇଛି ଆକ୍ରମଣ । ନାକା ପୋଲିସ ପାର୍ଟି ଉପରେ ଅଚାନକ ଆକ୍ରମଣ କରିଛି ଆତଙ୍କବାଦୀ ସଂଗଠନ । ତେବେ ଆତଙ୍କବାଦର ଏହି ଆକ୍ରମଣକୁ ଫେଲ କରିଛି ସୁରକ୍ଷାବଳ । ଫଳରେ ବାଧ୍ୟ ହୋଇ ମଇଦାନ ଛାଡିି ଚମ୍ପଟ ମାରିଛନ୍ତି ଆତଙ୍କବାଦୀ । ତେବେ ଏହି ଆକ୍ରମଣର ଏକ ଭିଡିଓ ଜାରି ଜରିଛି ISIS । ତେବେ ଆଗକୁ ଆହୁରି ଆକ୍ରମଣ ହେବା ନେଇ ଆଶଙ୍କା କରାଯାଇଛି ।

ଜମ୍ମୁ କାଶ୍ମୀର ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ISIS ଏବଂ ଦ ରେସିଷ୍ଟେନ୍ସ ଫ୍ରଣ୍ଟ(ଟିଆରଏଫ) ତରଫରୁ ଏହି ଆକ୍ରମଣର ଦାବି ହୋଇଛି । ଲସ୍କର-ଇ-ତୋଇବାର ଏକ ଆତଙ୍କୀ ଟିମ ହେଉଛି ଟିଆରଏଫ । ଏକ ପେସାଦାର ବଡି କ୍ୟାମେରା ବ୍ୟବହାର କରି ଆକ୍ରମଣର ଭିଡିଓ ଶୁଟିଂ କରିବା ପରେ ଦାୟିତ୍ୱର ଦ୍ୱାହି ଦେଇ ଭିଡିଓ ମଧ୍ୟ ଜାରି କରିଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ ପ୍ରକାଶ କରିଛନ୍ତି । ତେବେ ଏହି ଆକ୍ରମଣରେ ୩ ରୁ ଅଧିକ ଆତଙ୍କୀ ସାମିଲ ଥିବା ସେ କହିଛନ୍ତି । ତେବେ ୨ଟି ମୋଟର ସାଇକେଲରେ ଆସି ଅତର୍କିତ ପିସ୍ତଲରୁ ଗୁଳିଚାଳନା କରିଥିବାର ଦୃଶ୍ୟ ଜାରି ହୋଇଥିବା ଭିଡିଓରେ ରେକର୍ଡ ହୋଇଛି ।

ଅମରନାଥ ଯାତ୍ରା ଆରମ୍ଭ ପରେ ଏହା ଶ୍ରୀନଗରରେ ପ୍ରଥମ ଆକ୍ରମଣ ହୋଇପାରେ । କିନ୍ତୁ ଆଗକୁ ଏଭଳି ଆହୁରି ଆକ୍ରମଣ ହୋଇପାରେ ବୋଲି ସୁରକ୍ଷାବାହିନୀ ଆଶଙ୍କା ଜାହିର କରିଛନ୍ତି । ତେବେ ଏହି ଆକ୍ରମଣରେ ଜଣେ ଏଏସଆଇ ମୁସ୍ତାକ ଅହମଦ ସହିଦ ହୋଇଛନ୍ତି ।

Get real time updates directly on you device, subscribe now.