fbpx

କାଶ୍ମୀର ଡୋଡାରେ ସେନା କ୍ୟାମ୍ପ ଉପରକୁ ଆତଙ୍କବାଦୀ ଆକ୍ରମଣ; ୬ ଜଣ ଯବାନ ଆହତ

Advertisement

ଜମ୍ମୁ-କାଶ୍ମୀର: କାଶ୍ମୀର ଡୋଡାରେ ସେନା କ୍ୟାମ୍ପ ଉପରକୁ ଆତଙ୍କବାଦୀ ଆକ୍ରମଣ। ଆତଙ୍କବାଦୀଙ୍କ ଗୁଳିମାଡ଼ରେ ୬ ଯବାନ ଆହତ ହୋଇଥିବା ସୂଚନା। ଜାମ୍ମୁ କାଶ୍ମୀରରେ ୩ ଦିନରେ ତୃତୀୟ ଆତଙ୍କବାଦୀ ଆକ୍ରମଣ। କାଲି କାଠୁଆ ଜିଲ୍ଲାରେ ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ। ଆତଙ୍କବାଦୀଙ୍କ ଗୁଳିରେ ଜଣଙ୍କ ମୃତ୍ୟୁ ଓ ୨ ଆହତ ହୋଇଥିଲେ। ପୂର୍ବରୁ ତୀର୍ଥଯାତ୍ରୀ ବସ୍ ଉପରକୁ ଆକ୍ରମଣ କରିଥିଲେ, ୯ ଜଣଙ୍କ ମୃତ୍ୟୁ ହୋଇଥିଲା।

ଏହି ଆକ୍ରମଣ ପରେ ଡୋଡ଼ାର ଛତ୍ରକଳାରେ ପୁଲିସ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୬ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ପାଲଟା ଜବାବରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ସାଧାରଣ ନାଗରିକ ଆହତ ହୋଇଥିଲେ ମଧ୍ୟ ଏହି ଅଞ୍ଚଳ ଏବେ ବିପଦମୁକ୍ତ ରହିଛି। ଗତ ୩ ଦିନ ମଧ୍ୟରେ ରିଆସୀ ଓ କଠୁଆ ପରେ ଜମ୍ମୁ ଅଞ୍ଚଳରେ ଏହା ହେଉଛି ତୃତୀୟ ଆତଙ୍କବାଦୀ ଆକ୍ରମଣ।

ମିଳିଥିବା ସୂଚନା ଅନୁଯାୟୀ, ଜମ୍ମୁ ଡିଭିଜନର ବିଭିନ୍ନ ଜିଲ୍ଲାରେ ମଙ୍ଗଳବାର ରାତିରୁ ଆତଙ୍କବାଦୀ ଓ ସୁରକ୍ଷାବାହିନୀ ମଧ୍ୟରେ ଦୁଇଟି ଏନକାଉଣ୍ଟର ହୋଇଛି। ଜମ୍ମୁର ସାମ୍ବା ଜିଲ୍ଲାର ହୀରାନଗରର ପ୍ରଶ୍ନ ଅଞ୍ଚଳରେ ମଙ୍ଗଳବାର ରାତିରେ ଏନକାଉଣ୍ଟର ହୋଇଥିଲା। ଯେଉଁଠାରେ ସୁରକ୍ଷା ବାହିନୀ ଜଣେ ଆତଙ୍କବାଦୀଙ୍କୁ ନିପାତ କରିଥିବା ବେଳେ ଅନ୍ୟ ଜଣକୁ ଖୋଜା ଚାଲିଛି। ଗୁଳିମାଡ଼ରେ ଜଣେ ସିଆରପିଏଫ୍ ଯବାନ ମଧ୍ୟ ଆହତ ହୋଇଛନ୍ତି।

ଦ୍ୱିତୀୟ ଏନକାଉଣ୍ଟର ଜମ୍ମୁର ଡୋଡା ଜିଲ୍ଲାର ଛତ୍ରକଳା ଅଞ୍ଚଳରେ ଚାଲିଛି। ଛତ୍ରକଳା ଅଞ୍ଚଳରେ ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀର ପୁଲିସ ଓ ସେନାର ଏକ ଅସ୍ଥାୟୀ ଘାଟି ଉପରକୁ ଗୁଳି ଚଳାଇବା ପରେ ସେଠାରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଗତ ତିନି ଦିନ ମଧ୍ୟରେ ଜମ୍ମୁରେ ୩ଟି ଏନକାଉଣ୍ଟର ହୋଇଛି।

 

Get real time updates directly on you device, subscribe now.