ଚାମ୍ପିଅନ୍ସ ଟ୍ରଫିକୁ ଆତଙ୍କି ଭୟ, ହମଲା କରିବାକୁ ହେଉଛି ଷଡ଼ଯନ୍ତ୍ର
ଭାରତଠାରୁ ପାକିସ୍ତାନ ମ୍ୟାଚ୍ ହାରିବା ପରେ ବଢ଼ିଲା ଆତଙ୍କି ଭୟ। ବିଦେଶୀ କ୍ରିକେଟ୍ ପ୍ରେମୀଙ୍କୁ ଅପହରଣ କରିବାକୁ ହେଉଛି ଯୋଜନା।
ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫିକୁ ଆତଙ୍କୀ ଭୟ। ଭାରତ ଠାରୁ ପାକିସ୍ତାନ ମ୍ୟାଚ୍ ହାରିବା ପରେ ବିଦେଶୀ କ୍ରିକେଟରଙ୍କ ପାଇଁ ବଢ଼ିଲା ଅଡୁଆ। ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫିରେ ଆତଙ୍କୀ ଭୟ। ବିଦେଶୀ କ୍ରିକେଟ୍ ପ୍ରେମୀଙ୍କୁ ଅପହରଣ ଯୋଜନା। ହାଇଆଲର୍ଟ କଲା ପାକିସ୍ତାନୀ ଗୁଇନ୍ଦା ବିଭାଗ। ଟିଟିପି, ଆଇଏସଆଇଏସ ଉପରେ କଡ଼ା ନଜର।
ପାକିସ୍ତାନରେ ହେବାକୁ ଥିବା ICC ଚାମ୍ପିଅନ୍ସ ଟ୍ରଫି ୨୦୨୫ ଉପରେ ଏକ ବଡ଼ ବିପଦ ଦେଖାଦେଉଛି। ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ଗୁଇନ୍ଦା ସଂସ୍ଥାଗୁଡ଼ିକ ସତର୍କ କରାଇ ଦେଇଛନ୍ତି। ଏହା ପଛରେ ISKP ଗୋଷ୍ଠୀର ହାତ ଥାଇପାରେ ଏବଂ ଖେଳାଳିମାନଙ୍କୁ ଅପହରଣ କରାଯିବାର ଆଶଙ୍କା ମଧ୍ୟ ରହିଛି।
ଆତଙ୍କୀ ହମଲା: ଯଦି ଦେଖିବା ଭାରତ ଠାରୁ ପରାସ୍ତ ହେବା ପରେ ଆକ୍ରାମକ ହୋଇ ପଡିଛି ଆତଙ୍କବାଦୀ। ହମଲା କରିବା ପାଇଁ କରୁଛନ୍ତି ଯୋଜନା। ଚାମ୍ପିଅନ୍ସ ଟ୍ରଫି ୨୦୨୫ ରେ ଆତଙ୍କବାଦୀ ଆକ୍ରମଣ ଯୋଜନା ସମ୍ପର୍କରେ ଗୁଇନ୍ଦା ସଂସ୍ଥାଗୁଡ଼ିକୁ ସୂଚନା ମିଳିଛି।
ଏହି ଆକ୍ରମଣ ପାକିସ୍ତାନରେ ହୋଇପାରେ। ଏହା ପଛରେ ଆତଙ୍କବାଦୀ ISKP ଗୋଷ୍ଠୀର ହାତ ଥାଇପାରେ ବୋଲି ଅନୁମାନ କରାଯାଉଛି। ବିଦେଶୀ ଏଜେନ୍ସିଗୁଡ଼ିକ ସହ ଭାରତୀୟ ଏଜେନ୍ସିଗୁଡ଼ିକୁ ମଧ୍ୟ ଏ ବିଷୟରେ ସୂଚନା ଦିଆଯାଇଛି।
ଅପହରଣ କିମ୍ବା ଆତଙ୍କବାଦୀ ଆକ୍ରମଣ ବିଷୟରେ ଆଲୋଚନା ହେଉଥିବା କଥା ଜଣାପଡିଛି। ISKP ହେଉଛି ଇସଲାମିକ୍ ଷ୍ଟେଟର ଏକ ଆଞ୍ଚଳିକ ଦଳ। ଏହା ମୁଖ୍ୟତଃ ଆଫଗାନିସ୍ତାନ ଏବଂ ପାକିସ୍ତାନରେ ସକ୍ରିୟ। ଏପର୍ଯ୍ୟନ୍ତ ହମଲା ନେଇ କୌଣସି ଠୋସ୍ ସୂଚନା ମିଳିନାହିଁ। କୌଣସି ଠୋସ୍ ଷଡ଼ଯନ୍ତ୍ର ମଧ୍ୟ ସାମ୍ନାକୁ ଆସିନାହିଁ।
ସୁରକ୍ଷା ଦୃଷ୍ଟିରୁ ଦୁବାଇରେ ମ୍ୟାଚ୍: ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାକିସ୍ତାନରେ ଅନୁଷ୍ଠିତ ହେଉଛି। ଯଦିଓ ଭାରତୀୟ ଦଳ ଏହାର ସମସ୍ତ ମ୍ୟାଚ୍ ଦୁବାଇର ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳୁଛି। ଏହି ସମାନ ଷ୍ଟାଡ଼ିୟମରେ ଭାରତ ପ୍ରଥମେ ବାଂଲାଦେଶକୁ ଏବଂ ତା’ପରେ ପାକିସ୍ତାନକୁ ପରାସ୍ତ କରିଥିଲା।
ଭାରତୀୟ ଦଳକୁ ପାକିସ୍ତାନ ଯିବା ପାଇଁ ସରକାରଙ୍କଠାରୁ ଅନୁମତି ମିଳିନଥିଲା। ସୁରକ୍ଷା କାରଣରୁ ଟିମ୍ ଇଣ୍ଡିଆ ପାକିସ୍ତାନ ନଯିବା ପରେ, ICC ଏକ ନୂଆ ମଡେଲ୍ ମାଧ୍ୟମରେ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିବାକୁ ନିଷ୍ପତ୍ତି ନେଇଥିଲା।