fbpx

ଟେସଲାରେ ହେବ ବଡ଼ ଛଟେଇ, ଏଲନ ମସ୍କ ଦେଲେ କର୍ମଚାରୀଙ୍କୁ ଦୁଃଖ ଖବର

ନୂଆଦିଲ୍ଲୀ: ଇଲେକ୍ଟ୍ରିକ ବେହିକିଲ ନିର୍ମାତା କମ୍ପାନୀ ଟେସଲାରେ ବଡ଼ ଛଟେଇ ହେବାକୁ ଯାଉଛି । ଟେସଲା ସିଇଓ ଏଲନ ମସ୍କ କମ୍ପନୀର ପାଖାପାଖି ୧୦ ପ୍ରତିଶତ କର୍ମଚାରୀମାନଙ୍କୁ ଚାକିରିରୁ ବାହାର କରିବାର ଘୋଷଣା କରିଛନ୍ତି । ଏଥିପାଇଁ ଇଲେକ୍ଟ୍ରିକ ଯାନଗୁଡ଼ିକର ଚାହିଦାର ମନ୍ଥରତାର କାରଣ ବୋଲି କୁହାଯାଇଛି । ଏଲନ ମସ୍କ ଟେସଲାର କର୍ମଚାରୀଙ୍କୁ ଏକ ଇମେଲ ପଠାଇଛନ୍ତି । ଏଥିରେ କୁହାଯାଇଛି ଯେ, କମ୍ପାନୀର ଅନେକ ଡିପାର୍ଟମେଣ୍ଟରେ ଗୋଟିଏ ଦାୟିତ୍ୱ ଉପରେ କାମ କରୁଛି । ଏଥିସହ କିଛି ସ୍ଥାନରେ କାମ କରିବାର ଶୈଳୀକୁ ପରିବର୍ତ୍ତନ କରିବା ଆବଶ୍ୟକ । ଆମେ ଦୃଢ ନିଷ୍ପତ୍ତି ନେଇ ନିଜ ଗ୍ଲୋବାଲ ୱାର୍କଫୋର୍ସରେ ୧୦ ପ୍ରତିଶତ ଲୋକଙ୍କୁ ଚାକିରିରୁ ବାହାର କରାଯିବ ।

ଏଲନ ମସ୍କଙ୍କ ଅନୁଯାୟୀ, ଟେସଲା ନିଜ ଶୈଳୀରେ ଆଗକୁ ବଢୁଛି । ଏଥିପାଇଁ ଆମକୁ କାଷ୍ଟ କଟିଙ୍ଗ ଏବଂ ପ୍ରଡକ୍ସନ ବଢାଇବାର ପ୍ରତି କୌଶଳକୁ ଆପଣାଇବାକୁ ପଡିବ । ଏଥିରେ କମ୍ପାନୀର ସଂପୂର୍ଣ୍ଣ ବିଶ୍ଲେଷଣ କରିଛି । ଏହି ଅନୁସନ୍ଧାନରେ ମିଳିଛି ଯେ, ଆମେ ନିଜ କର୍ମଚାରୀଙ୍କ ମଧ୍ୟରୁ ୧୦ ପ୍ରତିଶତ କାଟିବାକୁ ପଡିବ । ମୋତେ ଏପର ନିଷ୍ପତ୍ତି ନେବା ନିନ୍ଦନୀୟ ଅଟେ । ହେଲେ ଏହା ଅତ୍ୟନ୍ତ ଜରୁରୀ ।

Get real time updates directly on you device, subscribe now.