fbpx

କ୍ଷୀର ସହ ଖାଉଛନ୍ତି ଏହି ୫ ଖାଦ୍ୟ? ଆଲର୍ଜି ସହ ଭୋଗିପାରନ୍ତି ଅନେକ ସମସ୍ୟା

ଓଡ଼ିଶା ଭାସ୍କର: କ୍ଷୀର ଏମିତି ଏକ ପାନୀୟ ଯାହାକୁ ଅମୃତ ସହିତ ତୁଳନା କରାଯାଇଥାଏ । ନବଜନ୍ମିତ ଶିଶୁ ଠାରୁ ଆରମ୍ଭ କରି ରୋଗାକ୍ରାନ୍ତ ବ୍ୟକ୍ତି ସମସ୍ତଙ୍କୁ କ୍ଷୀର ପିଇବାକୁ ପଡିଥାଏ । କ୍ଷୀରରେ ପ୍ରଚୁର ପରିମାଣରେ ପ୍ରୋଟିନ୍ ରହୁଥିବା ବେଳେ କ୍ୟାଲସିୟମ ଏବଂ ଅନ୍ୟାନ୍ୟ ଭିଟାମିନରେ ଏହା ସମୃଦ୍ଧ । କିଛି ଲୋକଙ୍କୁ ଖାଲି କ୍ଷୀର ପିଇବା ପସନ୍ଦ ନଥାଏ, ଯେଉଁଥି ପାଇଁ ସେମାନେ କ୍ଷୀରରେ କିଛି ସୁସ୍ୱାଦୁ ଜିନିଷ ମିଶାଇଥାନ୍ତି । ତେବେଏମିତି କିଛି ଜିନିଷ ଅଛି ଯାହାକୁ କ୍ଷୀର ସହିତ ପିଇବା କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ଆସନ୍ତୁ ଜାଣିବା କଣ ସେହି ୫ ଜିନିଷ ଯାହାକୁ କ୍ଷୀର ସହିତ ଖାଇବା ବର୍ଜନୀୟ ।

୧. କ୍ଷୀର ଓ କଦଳୀ: ବଜାରରେ ମିଳୁଥିବା ବାନାନା ସେକରେ ଉଭୟ କ୍ଷୀର ଏବଂ କଦଳୀ ରହିଥାଏ । ସାଧାରଣତଃ ଜିମ୍ ଯାଉଥିବା ବ୍ୟକ୍ତିବିଶେଷଙ୍କର ଏହା ବେଶ ପସନ୍ଦ । ତେବେ କହି ରଖିବାକୁ ଚାହିଁବୁ କି କ୍ଷୀର ସହିତ କଦଳୀ ସେବନ କରିବା ବହୁତ କ୍ଷତିକାରକ ହୋଇଥାଏ । ଏହା ଦ୍ୱାରା ଶରୀରର ଓଜନ ଅହେତୁକ ଭାବରେ ବୃଦ୍ଧି ପାଇବା ସହିତ ମସ୍ତିଷ୍କ ଉପରେ ଏହା ଅତ୍ୟନ୍ତ ଖରାପ ପ୍ରଭାବ ପକାଇଥାଏ । ମସ୍ତିଷ୍କର କାମ କରିବାର ତୀବ୍ରତା ମଧ୍ୟ ହ୍ରାସ ପାଇଥାଏ ।

୨. କ୍ଷୀର ଓ ଚେରୀ: ମିଲ୍କ ସେକ୍ ସମସ୍ତଙ୍କୁ ପସନ୍ଦ । ତେବେ ମିଲ୍କସେକରେ ପଡୁଥିବା ଚେରୀ ଶରୀର ପାଇଁ କ୍ଷତିକାରକ । ଉଭୟ କ୍ଷୀର ଏବଂ ଚେରୀ ଅଲଗା ଅଲଗା ବେଶ ଉପଯୋଗୀ, ମାତ୍ର ଆୟୁର୍ବେଦ ଅନୁଯାୟୀ ଏହି ଦୁଇଟି ଜିନିଷ ଏକା ସାଙ୍ଗରେ ସେବନ କରିବା ଦ୍ୱାରା ଶରୀରରେ ପ୍ରଭୃତ କ୍ଷତି ହୋଇଥାଏ ।

୩. କ୍ଷୀର ଏବଂ ଖଟା ଫଳ: କମଳା, ଲେମ୍ବୁ, ଗ୍ରୀନ୍ ଆପଲ, ଅଁଳା, ତେନ୍ତୁଳି ପରି ଖଟା ଜାତୀୟ ଫଳ ସହିତ ଭୁଲରେ ବି ଖାଆନ୍ତୁ ନାହିଁ କ୍ଷୀର । ଏହା ଏକତ୍ର ଖାଇବା ଦ୍ୱାରା ଶରୀରରେ ମାତ୍ରାଧିକ ଅମ୍ଲ ସୃଷ୍ଟି ହୋଇଥାଏ ଏବଂ ହଜମ ପ୍ରକ୍ରିୟା ପ୍ରଭାବିତ ହୋଇଥାଏ।

୪. କ୍ଷୀର ଓ ଦହି: ସୁସ୍ଥ ଶରୀର ପାଇଁ କ୍ଷୀର ଓ ଦହି ଖାଇବା ଉଚିତ୍ । ତେବେ ଏହି ଦୁଇଟି ଖାଦ୍ୟକୁ ଏକା ସାଙ୍ଗରେ ଖାଇବା ଅନୁଚିତ। ଏକତ୍ର ଖାଇବା ଦ୍ୱାରା ପେଟ ଖରାପ ହେବା ସହିତ ଅନ୍ୟାନ୍ୟ ଶାରୀରିକ ଅସୁସ୍ଥତା ଦେଖା ଦେଇଥାଏ।

୫. କ୍ଷୀର ଓ ମାଂସ: କ୍ଷୀର ଏବଂ ମାଂସ ଉଭୟକୁ ପ୍ରୋଟିନ ପାଇଁ ଖାଇଥାନ୍ତି । ତେବେ ଏକତ୍ର ଖାଇବା ଆପଣଙ୍କ ପାଇଁ ବିପଜ୍ଜନକ ହୋଇପାରେ । ଏକା ସାଥିରେ କ୍ଷୀର ଏବଂ ମାଂସ ଖାଇବା ଦ୍ୱାରା ଶରୀରରେ ଆଲର୍ଜି ହୋଇଥାଏ । ଏହା ବ୍ୟତିତ ହଜମ ଶକ୍ତି ପ୍ରଭାବିତ ହୋଇ ପେଟ ଖରାପ ମଧ୍ୟ ହୋଇଥାଏ।

 

Get real time updates directly on you device, subscribe now.